Onn 3

ଭିଜିଲାନ୍ସ ରାୟ: ଲାଞ୍ଚ ନେବା ମାମଲାରେ ପ୍ରମାଣ ଅଭାବରୁ ପୂର୍ବତନ ଚାନ୍ଦୁଆ ଲ୍ୟାମ୍ପସ ର ନିର୍ଦ୍ଦେଶକ ନିର୍ଦ୍ଦୋଷରେ ଖଲାସ

State

ବାରିପଦା: ବାରିପଦା ଭିଜିଲାନ୍ସ ଲୋର୍ଟ ର ମାନ୍ୟବର ବିଚାରପତି ଡଃ ପ୍ରସନ୍ନ କୁମାର ପଣ୍ଡା ଆଜି ଏକ ଭିଜିଲାନ୍ସ ଟ୍ରାଫ ମାମଲାର ବିଚାର କରି ଅଭିଯୁକ୍ତ ଚାନ୍ଦୁଆ ଲ୍ୟାମ୍ପସ ର ପରିଚାଳନା ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ନାୟକ ଙ୍କୁ ଉପଯୁକ୍ତ ସକ୍ଷୀ ଏବଂ ପ୍ରମାଣ ଅଭାବ ରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ପ୍ରାପ୍ତ ସୂଚନା ମୁତାବକ ଚାନ୍ଦୁଆ ଥାନା ଅଧିନ ସାନସୋରଷପୋଷି ଗ୍ରାମେ ସନ୍ତୋଷ କୁମାର ପାତ୍ର ୫୦୦ କ୍ୟୁଣ୍ଟାଲ ଚାନ୍ଦୁଆ ଲ୍ୟାମ୍ପ ରେ ଧାନବିକ୍ରୀ କରିବା ପାଇଁ ଟୋକେନ ପାଇଥିଲେ । ପ୍ରଥମ ଥର ୧୨୦ କ୍ୟୁଣ୍ଟାଲ ଧାନ ଏବଂ ଦ୍ୱିତୀୟ ଥର ୩୩ କ୍ୟୁଣ୍ଟାଲ ଧାନ ବିକ୍ରୀ କରିବା ପରେ ରସିଦ ଦେବା ପାଇଁ ଦଶ ହଜାର ଟଙ୍କା ଚାନ୍ଦୁଆ ଲ୍ୟାମ୍ପସ ର ନିର୍ଦ୍ଦେଶକ ଲାଞ୍ଚ ମାଗିଥିଲେ ।

ଲାଞ୍ଚ ଟଙ୍କା ନେଉଥିବା ସମୟରେ ଚାନ୍ଦୁଆ ଲ୍ୟାମ୍ପସ ର ପରିଚାଳନା ନିର୍ଦ୍ଧେଶକ କୈଳାସ ଚନ୍ଦ୍ର ନାୟକ ଭିଜିଲାନ୍ସ ହାତରେ ରଙ୍ଗେ ହାତରେ ଧରା ପଡିଥିଲେ । ଏ ବାବଦରେ ଭିଜିଲାନ୍ସ ରେ କେସ ନମ୍ବର ୧୧/୧୬-୩-୨୦୧୭ ରେ ଏକ ମାମଲା ରୁଜୁ କରାଯାଇଥିଲା । ଆଜି ଉକ୍ତ ମାମଲାର ଚୁଡାନ୍ତ ରାୟ ପ୍ରକାଶ ପାଇଅଛି । ଅଭିଯୁକ୍ତ ଙ୍କ ପକ୍ଷରୁ ବାରିପଦା ର ଆଇନଜିବୀ କୈଳାସ ଚନ୍ଦ୍ର ସ ମାମଲା ପରିଚାଳନା କରିଥିଲେ ।