Ratha

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତି ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ

Religion and Cult State

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତି ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ରଥ ନିର୍ମାଣର ତୃତୀୟ ଦିନରେ ରଥ ଖଳାରେ ଜୋର ଧରିଛି ରଥ କାମ । ତିନି ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ନେତୃତ୍ୱରେ ରଥ ନିର୍ମାଣ କାମ ଆଗେଇ ଚାଲିଛି । ତିନି ରଥ ଲାଗି ୪୨ଟି ଚକର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭ରୁ ଉର୍ଦ୍ଧ୍ଵ ତୁମ୍ବ କଟାଯାଇ ପ୍ରସ୍ତୁତି ଆରମ୍ଭ ହୋଇଛି ।

୪୨ଚକ ଲାଗି ୪୨ଟି ତୁମ୍ବ କଟାଯିବା ପରେ ସୁତାବଡ଼ିଆ ଯାଇ ତୁମ୍ବରେ ବିନ୍ଧ କରାଯାଇ ଅର ଏବଂ ପଈ ସଂଯୋଗ କରାଯିବ । ବର୍ତ୍ତମାନ ତିନି ରଥ ଲାଗି ପ୍ରଥମେ ତୁମ୍ବ ହଣା କାର୍ଯ୍ୟ ଚାଲିଛି। ଆସନ୍ତା ଶ୍ରୀକ୍ଷେତ୍ର ଭଉଁରୀ ତିଥିରେ ତିନି ରଥର ଦୁଇଟି ଚକ ସହ ଗୋଟିଏ ଲେଖାଏଁ ଅଖ ସଂଯୋଗ କରାଯିବାର ଵିଧି ରହିଛି  ।