Img 20240816 Wa0088

ପଟ୍ଟାବିହୀନ ସଂଘ ଓ ମିଳିତ ନିର୍ମାଣ ସଂଘର ସ୍ଵାଧୀନତା ଦିବସ ପାଳନ

State

ବାରିପଦା: ସ୍ଥାନୀୟ ପାଲବଣୀଠାରେ ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘ ଓ ମିଳିତ ନିର୍ମାଣ ଶ୍ରମିକ ସଂଘର ମିଳିତ ଆନୁକୁଲ୍ୟରେ ଦେଶର ୭୮ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ନାରୀନେତ୍ରୀ ଶୁନି ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପଟ୍ଟା ସଂଘର ସାଧାରଣ ସମ୍ପାଦକ ଶ୍ରୀ କାହ୍ନୁଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଟ୍ଟାବିହୀନ ସଂଘର ସଭାପତି ଶ୍ରୀ ନନ୍ଦ କୁମାର ମହାପାତ୍ର ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ନିର୍ମାଣ ସଂଘର ସଭାପତି ଶ୍ରୀ ଅମଲ ଦେ ମୁଖ୍ୟବକ୍ତାଭାବେ ଯୋଗ ଦେଇଥିଲେ। ଆଲୋଚନା କାଳରେ ସାମ୍ପ୍ରତିକ ଦେଶର ଅବସ୍ଥା, ଶ୍ରମିକ ସମସ୍ୟା ଓ ଜିଲ୍ଲା ପରିସ୍ଥିତି ପ୍ରମୁଖ ବିଷୟଭାବେ ଉପସ୍ଥାପିତ ହୋଇଥିଲା। ଦେଶରେ ଗରୀବ, ଶ୍ରମିକ, ଖଟିଖିଆ ଓ ଦଳିତ-ନିଷ୍ପେଷିତ ଲୋକମାନେ ବ୍ୟବସ୍ଥା ପରିବର୍ତ୍ତନର ଲଢେଇରେ ସାମିଲ ହେବାକୁ ଆହ୍ଵାନ ଦିଆଯାଇଛି।
ଯେଉଁମାନେ କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରିଥିଲେ ସେମାନେ ହେଲେ ସୁହାସିନୀ ବିନ୍ଧାଣୀ, ପ୍ରଫୁଲ୍ଲ ମହାନ୍ତି, ସୋମବାରି ପାତ୍ର, ପ୍ରମିଳା ବିନ୍ଧାଣୀ, ଲାଲମୋହନ ସିଂ, ନିରମଣି ମହାପାତ୍ର, ମହେଶ୍ଵର ବେହେରା, କୃତିବାସ ନାଥ, କଳାବତୀ ପାତ୍ର, ବିମଳା ମହାନ୍ତ, ରଣଜିତ ପାତ୍ର ପ୍ରମୁଖ।