Onn 3

ଦୃଷ୍ଟିବାଧିତ ଛାତ୍ର ଛାତ୍ରୀ ମାନଙ୍କ  ନିମନ୍ତେ ଦଶ ଦିବାସୀୟ ତାଲିମ ଶିବିର ଉଦ୍ଘାଟିତ

State

ବାରିପଦା : ମୟୂରଭଞ୍ଜ ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ସ୍ଥାନୀୟ ଲାଲ ବଜାର ପ୍ରାଥମିକ ବିଦ୍ୟାଳୟ ଠାରେ ଦଶ ଦିବାସୀୟ ଆବାସିକ ତାଲିମ ଶିବିର ଅନୁଷ୍ଟିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟ କ୍ରମକୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମହୋଦୟ ଉଦ୍ଘାଟନ କରିଥିଲେ । ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଅଭିଭାବକ ମାନଙ୍କ ନିଷ୍ଟାପର କର୍ତ୍ତବ୍ୟ ଉପରେ ପିଲାମାନଙ୍କର ଭବିଷ୍ୟତ ନିର୍ଭର କରିଥାଏ । ଏଣୁ ପିଲାନଙ୍କ ଭବିଷ୍ୟତ ଉଜ୍ବଳ ପାଇଁ  ନିରନ୍ତର ଚେଷ୍ଟା କରିବା ଉଚିତ । ସନ୍ଥ କବି ଭୀମଭୋଇଙ୍କ କବିତା ଆବୃତି କରି ଉପସ୍ଥିତ ଅଭିଭାବକ ଓ ପିଲାଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହିତ ସେମାନଙ୍କ ମନ ମଧ୍ୟରେ ଏକ ନୁତନ ଆସର ଆଲୋକ ସୃଷ୍ଟି କରିଥିଲେ । ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ୩୦ ଜଣ ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀ ଓ ସେମାନଙ୍କର ଅଭିଭାବକ ଏହି ଦଶ ଦିବାସୀୟ ଆବାସିକ ତାଲିମ ଶିବିରରେ ଯୋଗ ଦେଇଛନ୍ତି । ଏହି ତାଲିମ ଶିବିରରେ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଓ ଅବିଭାବକ ମାନକୁ ଦୃଷ୍ଟି ବାଧିତ ପିଲାଙ୍କ ପାଇଁ  ଉଦିଷ୍ଟ ବ୍ରେଲି ଲିଖନ, ପଠନ, ଗାଣିତିକ ଶିକ୍ଷା, ବିଭିନ୍ନ ଶବ୍ଦର ଧାରଣା, ସର୍ବୋପରି ବିନା ବାଧରେ କିପରି ଗୋଟିଏ ଜାଗରୁ ଅନ୍ୟ ଏକ ଜାଗାକୁ ଯାଇପାରିବେ ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରାଯାଉଅଛି ।

ସେହିପରି ସ୍ୱଳ୍ପ ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀ ମାନେ କିପରି ବିଭିନ୍ନ ଶିକ୍ଷା ସହାୟକ ଉପକରଣ ଓ ବଡ ଅକ୍ଷର ଥିବା ବହିର ବ୍ୟବହାର କରି ଶିକ୍ଷା ଗ୍ରହଣ କରିପାରିବେ ଇତ୍ୟାଦି ବିଷୟରେ ଧାରଣା ଦିଆଯାଉ ଅଛି । ଏହି ତାଲିମ ଶିବିର ଟି ଆସନ୍ତା ୦୪.୧୦.୨୦୨୩ ଋଖ ପର୍ଯ୍ୟନ୍ତ ଚାଲୁ ରହିବ । ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ସାଧନ କର୍ମୀ ବେତନଟିର ଶ୍ରୀ ଭରତ ଚନ୍ଦ୍ର କାଣ୍ଡି, ଶମାଖୁଣ୍ଟାର ଶ୍ରୀମତୀ ସୋନାଲିକା ନାୟକ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ କପ୍ତିପଦାର ସହକାରୀ ଶିକ୍ଷକ ଜୟନ୍ତ କୁମାର ମଲ୍ଲିକ ଙ୍କ ଦ୍ଵାରା ତାଲିମ ପ୍ରଦାନ କରାଯାଉ ଅଛି । ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ ଶ୍ରୀ ନିରଞ୍ଜନ ନାୟକ ଙ୍କ ତତ୍ବାବଧାନରେ ଶିବିରଟି ପରିଚାଳିତ ହେଉଅଛି ।