Onn 3

ବିଜେପି ସହ ସମ୍ପର୍କ ତୁଟାଇଲା AIADMK

National & International

palani

ବିବାଦୀୟ ବୟାନକୁ କେନ୍ଦ୍ର କରି ବିଜେପି ସହ ସମ୍ପର୍କ ତୁଟାଇଛି AIADMK। ଏହାସହିତ ଏନଡିଏ ମେଣ୍ଟରୁ ମଧ୍ୟ ଓହରି ଯାଇଛି AIADMK। ୨୦୨୪ ନିର୍ବାଚନରେ AIADMK ନିଜେ ମେଣ୍ଟ କରି ଲଢିବ। ତାମିଲନାଡୁ ସ୍ଥିତ AIADMK ମୁଖ୍ୟାଳୟରେ ଜିଲ୍ଲା ସମ୍ପାଦକ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।

AIADMK କାର୍ଯ୍ୟାଳୟ ପକ୍ଷରୁ ଏହି ଘୋଷଣା ହେବାପରେ କର୍ମୀମାନେ ବାଣ ଫୁଟାଇ ଉତ୍ସବ ପାଳନ କରିଛନ୍ତି। ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ ନେତା ସିଏନ ଆନ୍ନାଦୁରାଇ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଓ AIADMKର ନୀତି ବିରୋଧରେ ତାମିଲନାଡୁ ବିଜେପି ସଭାପତି କେ. ଆନ୍ନାମଲାଇ ଏବଂ ବିଜେପି ନେତାମାନେ ବାରମ୍ବାର ବିବାଦୀୟ ବକ୍ତବ୍ୟ ଦେଇ ଆସୁଥିଲେ। ଏନେଇ ତାମିଲନାଡୁ ବିଜେପି ସଭାପତି କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଏବେ ବି ୮ ମାସ ସମୟ ଅଛି ଓ ତା ମଧ୍ୟରେ କିଛି ବି ହୋଇପାରେ ବୋଲି ଆଶାବାଦୀ ଅଛନ୍ତି ଅନ୍ୟତମ ବିଜେପି ନେତା ସି.ଟି ରବି ।