Img 20250130 Wa0228

ଲିଟିଲ ପ୍ଲାୱାର ସ୍କୁଲର ୨୪ତମ ବାର୍ଷିକ ଉତ୍ସବ ପାଳିତ 

State
ବାରିପଦା : ମୟୂରଭଞ୍ଜ ଜିଲ୍ଲା ର  ଅଗ୍ରଣୀ ଇଂଲିଶ ମିଡିୟମ ଶିକ୍ଷା ଅନୁଷ୍ଠାନ ଲିଟିଲ ପ୍ଲାୱାର ସ୍କୁଲର ୨୪ ତମ ବାର୍ଷିକ ଉତ୍ସବ ଧୁମଧାମ ରେ ପାଳିତ ହୋଇଯାଇଅଛି । ଉକ୍ତ ଉତ୍ସବ ରେ ମୁଖ୍ଯ ଅତିଥି ଭାବେ  ଉପଖଣ୍ଡ ଉପଜିଲ୍ଲାପାଳ  ସୌମ୍ୟରଂଜନ ପ୍ରଧାନ  ଯୋଗଦେଇଥିବା ବେଳେ  ସମ୍ମାନିତ ଅତିଥି ଭାବେ  ଗୋଷ୍ଟି ଶିକ୍ଷା ଅତିରିକ୍ତ ଅଧିକାରୀ  କାର୍ତ୍ତିକ ଚନ୍ଦ୍ର କାରୁଆ  ଯୋଗାଇଥିଲେ  । ଏହା ବ୍ୟତୀତ ଲିଟିଲ ପ୍ଲାୱାର ସ୍କୁଲର ଟ୍ରଷ୍ଟ ସଭାପତି ଆରତୀ ମହାନ୍ତି  ମଧ୍ଯ ଉପସ୍ଥିତ ଥିଲେ  । କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ବାରା ବାର୍ଷିକ ଉତ୍ସବ ର ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା  । ପରେ ପରେ  ଛାତ୍ରୀ ମାନଙ୍କ ଦ୍ବାରା ଅତିଥି ମାନଙ୍କ ଉଦ୍ଦେଶ୍ଯରେ ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା  । କାର୍ଯ୍ୟକ୍ରମ ରେ ଶିକ୍ଷା ଅନୁଷ୍ଠାନ ର ସଂପାଦକ କାଳିପ୍ରସନ୍ନ ମହାନ୍ତି ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ଯ ଅତିଥି  ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ଯ ରେ କହିଥିଲେ  କଠିନ ପରିଶ୍ରମ କର  ଓ ଶିକ୍ଷା ପ୍ରତି ଆଗ୍ରହ ରଖିବା ସହିତ  ଗୁରୁ ମାନଙ୍କ ର ଆଶୀର୍ବାଦ ଭିକ୍ଷା କଲେ  ନିଶ୍ଚିତ ଦିନେ ଭଲ ମଣିଷ ଟି ହୋଇପାରିବ ବୋଲି କହିଥିଲେ  । ସମ୍ମାନିତ ଅତିଥି ଶ୍ରୀ କାରୁଆ  ତାଙ୍କ ଅଭିଭାଷଣ ରେ କହିଥିଲେ  କି ଛାତ୍ର ମାନେ  ଶିକ୍ଷାପ୍ରତି ଏକାଗ୍ରତା ଆବଶ୍ୟକ  ଓ ପାଠ ହେଉକି ସାଠ ହେଉ  ଯିଏ  ଯେଉଁଥିରେ ପାରଙ୍ଗମ ହେବ  ସିଏ ସେତିକି  ଦେଶର ନାମ୍ ଳଖିବା ସହିତ  ସମାଜରେ ଜଣେ ସେ ପ୍ରତିଷ୍ଠିତ ମେଧାବୀ ଛାତ୍ର ହୋଇପାରିବ । କାର୍ଯ୍ୟକ୍ରମ ପରିଶେଷରେ  ମୁଖ୍ଯ ଅତିଥି ଙ୍କ ଦ୍ବାରା କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା  । ପରେ ପରେ  ଛାତ୍ର ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । କାର୍ଯ୍ୟକ୍ରମ ରେ ସ୍କୁଲର ଅଧ୍ୟକ୍ଷ ଦେବ ବ୍ରତ ଦାସ ଓ ଉପାଧ୍ୟକ୍ଷ ଦୀଲ୍ଲୀପ କୁମାର ଷଡଙ୍ଗୀ  ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଠନ ସମ୍ପର୍କ ରେ ସରଳ ଉପାୟ କହିବା ସହିତ ଆଗାମୀ ଦିନର ଦେଶର ଉତ୍ତମ ନାଗରିକ ହେବା ପାଇଁ ମାର୍ଗଦର୍ଶନ କରିଥିଲେ  । ପରିଶେଷରେ  ସଂପାଦକ କାଳିପ୍ରସନ୍ନ ମହାନ୍ତି  ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  ।  କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ  ଶିକ୍ଷୟତ୍ରୀ ପୁଷ୍ପଲତା ମହାନ୍ତି ଓ ଶିକ୍ଷକ ଦୂର୍ଗା ଚରଣ ମହାନ୍ତ  ।  ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଲିଟିଲ ପ୍ଲାୱାର ସ୍କୁଲର  ସମସ୍ତ ଶିକ୍ଷକ  ଓ କର୍ମଚାରୀ ସହଯୋଗ କରିଥିଲେ  ।