- ସ୍ୱାଧୀନତା ପାଇଁ ପ୍ରାଣ ବଳି ଦେଇଥିବା ଶହୀଦ ମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଉଦେଶ୍ୟ ରେ ” ଦୁଇ ମିନିଟ ନୀରବ ପ୍ରାର୍ଥନା “
ବାରିପଦା : ବାମନଘାଟି ଉପଖଣ୍ଡ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ତିରୋଧାନ ଦିବସ ତଥା ଭାରତ ର ସ୍ୱାଧୀନତା ପାଇଁ ଯେଉଁ ମହାମନୀଷୀ ଗଣ ଦେଶମାତୃକା ପାଇଁ ତାଙ୍କ ପ୍ରାଣ ବଳି ଦେଇଥିଲେ ସେମାନଙ୍କ ସ୍ମୃତି ଉଦେଶ୍ୟ ରେ ଶହୀଦ ଦିବସ -୨୦୨୫ ପାଳନ ହୋଇଯାଇଛି |
ଏହି ଅବସରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସହକାରୀ ଜିଲ୍ଲାପାଳ ଶ୍ରୀ ସୁଧାକର ସେଠୀଙ୍କ ପୌରହିତ୍ୟ ରେ ଦେଶ ପାଇଁ ପ୍ରାଣ ବଳି ଦେଇ ଶହୀଦ ହୋଇ ଥିବା ସ୍ୱାଧୀନତା ସଂଗ୍ରାମୀ, ସୈନିକ, ଯବାନ ଓ ଅନ୍ୟାନ୍ୟ ବୀର ଯୋଦ୍ଧା ମାନଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଉଦେଶ୍ୟ ରେ “ଦୁଇ ମିନିଟ ନୀରବ ପ୍ରାର୍ଥନା ” କରାଯାଇଥିଲା |
ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ଉପବିଭାଗ ର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇ ନୀରବ ପ୍ରାର୍ଥନା ରେ ଅଂଶ ଗ୍ରହଣ କରି ଦେଶ ପାଇଁ ପ୍ରାଣ ବଳି ଦେଇଥିବା ଶହୀଦ ମାନଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ |