Onn 3

କଲରାପତିରିଆ ବାଘ ଛାଲ ଜବତ, ତିନି ଗିରଫ ଜଣେ ଫେରାର

State

ବାରିପଦା: ଆଜି ବନବିଭାଗ ପକ୍ଷରୁ ମୟୁରଭଞ ଜିଲା ବାଙ୍ଗିରିପୋଷି ରେଞ ଅନ୍ତର୍ଗତ ବାଲିଖୋଣି ଗ୍ରାମ ଠାରେ ଚଢାଉ କରି ଏକ କଲରାପତିରିଆ ବାଘଛାଲ ଜବତ କରିବା ସହିତ ତିନି ଜଣ ଅଭି୍‌ଯୁକ୍ତ କୁ ଗିରଫ କରାଯାଇଅଛି । ଅନ୍ୟ ଜଣେ ଅଭିଯୁକ୍ତ ବନବିଭାଗ କୁ ଚକମା ଦେଖାଇ ଖସିଯିବାରେ ସଫଳ ହୋଇଅଛି । କୈାଣସି ସୂତ୍ରରୁ ଖବର ପାଇ ଆଜି ବନବିଭାଗ ର ଏକ ଟିମ ବାଲିଖୋଣି ଗ୍ରାମ ଠାରେ ବାଘଛାଲ ବିକ୍ରି ପାଇଁ ଦୁଇ ଗୋଟି ବାଇକ ରେ ଚାରି ଜଣ ଯାଉଥିବା ସମୟରେ ଅତର୍କୀତ ଭାବେ ଚଢାଉ କରିଥିଲେ । ଏହି ସମୟରେ ତିନିି ଜଣ ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ବବନବିଭାଗର କର୍ମଚାରୀମାନେ । ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଏଥି ସହିତ ସେମାନଙ୍କ ପାଖରୁ ଏକ କଲରାପତିରିଆ ବାଘ ଛଚାଲ କୁ ଜବତ କରିଅଛି ବନବିଭାଗ । ଗିରଫ ପରେ ସମସ୍ତଙ୍କୁ ବନବିଭାଗ କାର୍ଯ୍ୟାଳୟ କୁ ଅଣାଯାଇଅଛି । ତେବେ ଏହି ବାଘ ଟି କେବେ ଏବଂ କେଉଁଠାରୁ ଶୀକାର କରାଯାଇଅଛି ଏବଂ ଏଥିରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ଏ ନେଇ ବନବିଭାଗ ପକ୍ଷରୁ ତାହାର ଅଧିକ ତଦନ୍ତ ଜାରିରହିଅଛି । ସୁଚନା ଯୋଗ୍ୟ କି ଶିମିଳିପାଳରେ ବାଘ ର ବଂଶ ବୃଦ୍ଧି ପାଇଁ ଅନ୍ୟ ରାଜ୍ୟ ରୁ ବାଘ ଆଣି ଶିମିଳିପାଳରେ ଛଡା ଯାଉଅଛି । ଏବଂ ସେମାନଙ୍କର ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଅଛି । ମାତ୍ର ଏହି ଶୀକାରୀ ମାନେ କିପରି ଶିମିଳିପାଳରେ ବାଘ ଶୀକାର କରିବାରେ ସକ୍ଷମ ହେଉଛନ୍ତି ତାହା ପରିବେଶବିତ ମାନଙ୍କୁ ଚିନ୍ତାରେ ପକାଇଛି ।