ବାରିପଦା: ଦୀର୍ଘ ୪୩ବର୍ଷ ଧରି ମୟୂରଭଞ୍ଜର ବାରିପଦାରୁ ପ୍ରକାଶ ପାଉଥିବା ସାହିତ୍ୟ ସଂସ୍କୃତି ମୂଳକ ପତ୍ରିକା “ପ୍ରତିଶ୍ରୁତି”ତରଫରୁ ଏକ ଜିଲ୍ଲାସ୍ତରୀୟ ବହୁଭାଷୀ କବି ସମ୍ମିଳନୀ ଓ ସାରସ୍ୱତ ସମାରୋହ ପ୍ରତିଷ୍ଠାନର ସଭାପତି ଡା. ପାର୍ଥସାରଥୀ ଜେନାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ (ସଦ୍ଭାବନା ସଭାଗୃହଠାରେ) ଏକ ମନୋଜ୍ଞ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବାରିପଦା ଉପ-ଜିଲ୍ଲାପାଳ ଡ.ଦୟାସିନ୍ଧୁ ପରିଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସତ୍ୟବ୍ରତ ମିଶ୍ର ଓ ଶରତ କୁମାର ନାୟକ ଯୋଗଦେଇଥିଲେ । ପ୍ରାରମ୍ଭରେ ସୁଗାୟିକା ସୁଶ୍ରୀ ଭାରତୀ ଦେବର୍ତା ଜଗନ୍ନାଥଙ୍କ ଭଜନ ଅତି ସୁଲଳିତ କଣ୍ଠରେ ପରିବେଷଣ କରିଥିଲେ । “ପ୍ରତିଶ୍ରୁତି”ର ସମ୍ପାଦକ ଭାଗବତ ପଣ୍ଡା ସ୍ୱାଗତ ଭାଷଣ ଦେଇ କବିତାର ଧର୍ମ ବାସ୍ତବିକ ଆନନ୍ଦ ଦାନ ବୋଲି କହିଥିଲେ । କବି ଜୀବନର ଅନୁଭୂତିକୁ ପ୍ରକାଶ କରିବାପାଇଁ ଯାଇ ଅପରୂପକୁ ରୂପ ଦିଏ ଓ ଅବ୍ୟକ୍ତକୁ ବ୍ୟକ୍ତ କରେ ବୋଲି କହିବା ସହିତ ଉପସ୍ଥିତ ସମସ୍ତ ସାରସ୍ୱତ ସାଧକ ଓ ସାଧିକାଙ୍କୁ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟ ଅତିଥି ଡ.ପରିଡା ତାଙ୍କ ଅଭିଭାଷଣରେ ସାହିତ୍ୟ ବାସ୍ତବିକ ସମସ୍ତଙ୍କୁ ଏକାଠି କରିବାର ବାର୍ତା ପ୍ରଦାନ କରିଥାଏ ତଥା ସତ୍ୟ ଓ ବାସ୍ତବତା, କଳ୍ପନା ଓ ସୌନ୍ଦର୍ଯ୍ୟବୋଧର ସମନ୍ୱୟରେ କବିତା ସମସ୍ତଙ୍କ ଦ୍ୱାରା ଆଦୃତ ହୁଏ ବୋଲି ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ନାୟକ ଓ ଶ୍ରୀଯୁକ୍ତ ମିଶ୍ର “ପ୍ରତିଶ୍ରୁତି” ପ୍ରତିଷ୍ଠାନର ବହୁଭାଷୀ କବି ସମ୍ମିଳନିର ଆୟୋଜନକୁ ପ୍ରଶଂସା କରିବା ସହିତ ବିଦ୍ୟାଳୟ ମାନଙ୍କରେ ଏ ପତ୍ରିକା ପିଲାମାନେ ପଢିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ ।
ପରେ କବୟିତ୍ରୀ ସୁଧାମୟୀ ଦାସ ଓ ପୁଷ୍ପଲତା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତାପାଠ ଉତ୍ସବରେ ଓଡିଆ ହିନ୍ଦୀ, ମୁଣ୍ଡାରି, ସାନ୍ତାଳୀ, ହୋ ଓ ଇଂରାଜୀ ପ୍ରଭୃତି ବିଭିନ୍ନ ଭାଷାରେ କବିମାନେ ସେମାନଙ୍କର ସ୍ୱରଚିତ କବିତା ଆବୃତି କରିଥିଲେ । ଉକ୍ତ କବିତା ପାଠ ଉତ୍ସବରେ ସାମ୍ବାଦିକ-ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀ, ପ୍ରତିମା ବାରିକ, ଦୀପକ କୁମାର ନାୟକ, କବି-ପ୍ରଦ୍ୟୁମ୍ନ କୁମାର ଦାସ, ଗୀତାରାଣୀ ସାହୁ, ସବିତାରାଣୀ ଶୀଟ୍, ଦେବଜାନୀ ବେହେରା, ପ୍ରୀତିସୁଧା ତ୍ରିପାଠୀ, ମିନତୀ ପଣ୍ଡା, ହିମାଂଶୁ ଶେଖର ଦାସ, ଅଜୟ କୁମାର ମିଶ୍ର, ଡ.ବିଚିତ୍ର ନାଥ ସାହୁ, ସୁମିତ୍ରା ମୁର୍ମୁ, ସାଲଗେ କିସ୍କୁ, ସେକ୍ ଜିକରୁଲ୍ଲା, ଡ.କୁମାର ବାବୁଲି, ସୁର୍ଯ୍ୟକାନ୍ତି ପୁହାଣ, ପର୍ଶୁରାମ ସାହୁ, ଅଜିତ କୁମାର କବାଟ୍, ନରସିଂହ ବାରିକ, ଲଳିତ୍ କୁମାର ସିଂ ବାବୁ ଡ.ଭାଗବତ ଲେଙ୍କା, ଦୁର୍ଗା ସୋରେନ, ନରେନ୍ଦ୍ର ମୋହନ ସେନାପତି, ହାଜାମ ବାସ୍କେ, ମାଙ୍ଗାତ୍ ମୁର୍ମୁ, ଅଜୟ କୁମାର ପାଲ, ପ୍ରିୟନାଥ ପାଣି, ଡ. ମନ୍ଦାକିନୀ ସାହୁ, ପ୍ରାଧ୍ୟାପକ ଦୋଳଗୋବିନ୍ଦ ମହାନ୍ତ, ପ୍ରବୀର କୁମାର ଘୋଷ, ବାସୁଦେବ ନାପିତ୍, ବିରଜା ଦେବୀ, ଭାରତୀ ଦେବର୍ତା, ଅଶୋକ କୁମାର ପଲେଇ, ଶଙ୍କର ଜେନା, ଅଜିତ କୁମାର ପାଣିଗ୍ରାହୀ, ଭାସ୍ୱତୀ ପଣ୍ଡା, ଯତୀନ୍ଦ୍ରନାଥ ସାହୁ, ଜ୍ୟୋତିଷଚନ୍ଦ୍ର ମହାପାତ୍ର, ମିନତୀ ଦାଶ, ପ୍ରମୁଖ ୮୦ରୁ ଉର୍ଦ୍ଧ୍ୱ କବିତା ପାଠ କରିଥିବାବେଳେ “ପ୍ରତିଶ୍ରୁତି” ତରଫରୁ ସମସ୍ତ କବି ଓ କବୟିତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । ଏହି ସମାରୋହରେ ସଭାପତି ଡା.ଜେନା ପଠିତ କବିତାଗୁଡିକ ସମୀକ୍ଷା କରି ଦେଶାତ୍ମବୋଧ ଓ ଆଧ୍ୟାତ୍ମିକ ଚେତନାର ଉତରଣ ହେଲେ ସମାଜରେ ଶୃଙ୍ଖଳା ସୃଷ୍ଟି ହେବା ସହିତ ଦେଶର ଅଖଣ୍ଡତା ବଜାୟ ରହିବ ବୋଲି ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଜିତ କୁମାର ପାଣିଗ୍ରାହୀ ପ୍ରଥମେ ମଂଚ ଆହ୍ୱାନ କରିଥିବା ବେଳେ ପରିଶେଷରେ ଗୋପାଳ ଚନ୍ଦ୍ର ସାଓ ଧନ୍ୟବାଦ ଅର୍ପଣ କରିଥିଲେ ।