Onn 3

ବାରିପଦା ଠାରେ ସଦ୍ଭାବନା ଦିବସ ଉପଲକ୍ଷେ ଶପଥ ପାଠ ଉତ୍ସବ ଅନୁଷ୍ଠିତ

State

ବାରିପଦା: ସମସ୍ତ ଧର୍ମ, ଭାଷା ଏବଂ ଅଞ୍ଚଳର ଲୋକଙ୍କ ମଧ୍ୟରେ ଜାତୀୟ ଏକୀକରଣ ତଥା ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୟୂରଭଞ୍ଜ ସଦରମହକୁମା ବାରିପଦା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଫେସିଲିଟେସନ ସେଣ୍ଟର ଠାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର କର୍ମଚାରୀଅଧିକାରୀ ଓ କର୍ମଚାରୀ ବୃନ୍ଦ ଶୁକ୍ରବାର ଦିନ ସଦ୍ଭାବନା ଦିବସ ପାଳନ ଉପଲକ୍ଷେ ଶପଥ ପାଠ କରିଥିଲେ |

ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ମୟୁରଭଞ୍ଜ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ଶପଥ ପାଠ ଉତ୍ସବ ରେ ଡେପୁଟି କଲେକ୍ଟର ଜରୁରୀ ବିଭାଗ ଶ୍ରୀ ସୁଜୟ କୁମାର ପତି ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ବିଭାଗୀୟ ଡେପୁଟି କଲେକଟର ତଥା ଅନ୍ୟ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ), ମୟୁରଭଞ୍ଜ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ସଦଭାବନା ଦିବସ ର ଶପଥ ପାଠ କରାଇ ଥିଲେ |

ଭାରତ ସରକାରଙ୍କର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ନିର୍ଦେଶ କ୍ରମେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ପ୍ରତିବର୍ଷ ଅଗଷ୍ଟ ୨୦ ତାରିଖ କୁ ସଦ୍ଭାବନା ଦିବସ ଭାବେ ପାଳନ କରାଯାଇ ଥାଏ । ଏହି ଅବସରରେ ଚଳିତ ବର୍ଷ ପ୍ରଥମ ପର୍ଯାୟ ରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅଗଷ୍ଟ ୧୮ ତାରିଖ ରେ ଏହି ଶପଥ ପାଠ ଉତ୍ସବ ପାଳନ କରାଯାଇଥିଲା। ହିଂସାକୁ ପରିହାର ତଥା ସାମ୍ପ୍ରଦାୟିକ ଭେଦ ଭାବ ନରଖି ନିଜ ନିଜ ମଧ୍ୟରେ ସୌହାର୍ଦ୍ଧ୍ୟ ପୂର୍ଣ୍ଣ ସମ୍ପର୍କ ବୃଦ୍ଧି କରି ଦେଶର ସଂହତି କୁ ଅକ୍ଷୁର୍ଣ୍ଣ ରଖିବା ଉଦେଶ୍ୟ ରେ ଏହି ସଦଭାବନା ଦିବସ ପାଳନ ହୋଇଥାଏ | ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ପରିଚାଳନା କରିଥିଲେ |