Onn 3

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସପିଟାଲରେ ଅଗ୍ନିକାଣ୍ଡ

State

ପ୍ରସୂତି ବିଭାଗରେ ଲାଗିଲା ନିଆଁ

ବାରିପଦା: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସପିଟାଲରେ ହଠାତ ଘଟିଲା ଅଗ୍ନିକାଣ୍ଡ । କେହି କିଛି ବୁଝିବା ଆଗରୁ ଉପସ୍ଥିତ ସମସ୍ତେ ଏଣେତେଣେ ଦୈାଡିବା କୁ ଲାଗିଲେ । ହସପିଟାଲ ର ପ୍ରସୂତି ବିଭାଗରେ ଲାଗିଲା ନିଆଁ । ସାତ ମହଲା ବିଶିଷ୍ଟ ଏହି ହସପିଟାଲରେ ଛଅ ମହଲାରେ ରହିଛି ପ୍ରସୂତି ବିଭାଗ । ଆଜି ଅପରାହ୍ନ ପାଖାପାଖି ୨.୨୦ ମିନିଟ ସମୟରେ ଘଟିଥିଲା ଏହି ଘଟଣା । ଅଗ୍ନିକାଣ୍ଡ ଘଟିବାର ସଙ୍ଗେ ସଙ୍ଗେ ହସପିଟାଲ କତ୍ତୃପକ୍ଷ ଦମକଳ ବାହିନୀ କୁ ଖବର ଦେଇଥିଲେ । ଏହି ସମୟ ମଧ୍ୟରେ ସେଠାରେ ଥିବା ସମସ୍ତ ରୋଗୀ ଙ୍କୁ ଅନ୍ୟତ୍ରର ସ୍ଥାନାନ୍ତର କରାଯାଇଥିଲା ।

ଏଥି ସହିତ ସମସ୍ତ ରୋଗୀ ଙ୍କୁ ଅନ୍ୟତ୍ର ରଖାଯାଇ ସେମାନଙ୍କର ଚିକିତ୍ସା ପାଇଁ ଧ୍ୟାନ ଦିଆଯାଇଥବାର ପ୍ରକାଶ କରିଛନ୍ତି ହସପିଟାଲ କତ୍ତୃପକ୍ଷ । କିଛି ସମୟ ପରେ ଅଗ୍ନିଶ୍ରମ ବାହିନୀ ନିଆଁ କୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ କୈାଣସି ରୋଗୀ କିମ୍ବା ସେମାନଙ୍କର ଆତ୍ମୀୟସ୍ୱଜନ ଙ୍କର କ୍ଷତିଗ୍ରସ୍ତ ହୋଇନାହିଁ । ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନଥିଲେ ସୁଦ୍ଧା ଏହା ବିଦ୍ୟୁତ ସଟସର୍କିଟ ଯୋଗିଁ ଘଟିଥାଇପାରେ ବୋଲି ଅନୁମାନ କରାଯାଉଅଛି ।