Onn 3

କଂଗ୍ରେସ ତରଫରୁ ବିଖୋଭ ଓ ଦାବିପତ୍ର ପ୍ରଦାନ

Politics State

ବାରିପଦା : ଆଜି ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ପ୍ରତ୍ୟେକ ବ୍ଲକ ସମ୍ମୁଖରେ ବିଭିନ୍ନ ଗୁରୁତର ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ଏବଂ ରାଜ୍ୟ ବିଜେଡି ସରକାର ଅସଫଳତାର ମୁଖ୍ୟ ଲୋକାଭିମୁଖୀ ଦାବିକୁ ନେଇ ଦାବିପତ୍ର ବ୍ଲକ ଉନ୍ନୟନ ଅଧିକାରୀ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦିଆଯାଇଅଛି l ଉକ୍ତ କାର୍ଯ୍ୟକ୍ରମ ମୟୁରଭଞ୍ଜ ଜିଲ୍ଲାର ଉଦଳା ଓ କପ୍ତିପଦା ବ୍ଲକରେ ମଧ୍ୟ ଅନୁଷ୍ଠିତ ହୋଇଛି l

ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ତୁଲାଇବା ପାଇଁ ମୟୁରଭଞ୍ଜ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ତଥା ପି ସି ସି ମେମ୍ବର ନିରୋଜଲୋଚନ ଦାଶଙ୍କ ସହଯୋଗରେ ଉଦୁଳା ବ୍ଲକ ସହର ସଭାପତି ସଂଜୀବ ମହାନ୍ତି ଓ ସଂଯୋଜକ ନାରାୟଣ ପଟ୍ଟନାୟକ ଉପସ୍ଥିତୀରେ ବରିଷ୍ଠ କଂଗ୍ରେସ ନେତା ଦୁର୍ଗା ଟୁଡୁ, ପୁର୍ଣଚନ୍ଦ୍ର ବିଶ୍ୱାଳ, ଟୁନା ପରିଡା, ଉତ୍ତମ ବେହେରା, ଗୀତା ଦେବି, ଦୁବରାଜ ମୁର୍ମୁ ପ୍ରମୁଖ ଉଦୁଳା ବ୍ଲକ ଅଧିକାରୀ ଙ୍କୁ ଦାବିପତ୍ର ଦେଇଥିବା ବେଳେ କପ୍ତିପଦା ବ୍ଲକ ଅଧିକାରୀ ଙ୍କୁ ସେହିପରି କପ୍ତିପଦା ବ୍ଲକ ସଭାପତି ରବିନାରାୟଣ ପରିଡା ଙ୍କ ନେତୃତ୍ୱରେ ମିକୁ ମହାକୁଡ଼, ଅମର ପାଢ଼ୀ, ପଶା ବାବୁ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ରହିଥିଲେ l