Sfasr

ବନ୍ତ ବ୍ଲକରେ ଏ-ୱାନ ଗ୍ରେଡରେ ୫ ଉତ୍ତୀର୍ଣ୍ଣ, ପୂର୍ଣ୍ଣୀମା ବେହରା ବ୍ଲକ ଟପ୍ପର

State

ଆଗରପଡ଼ା :ରବିବାର ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରକାଶିତ ଫଳ ଅନୁଯାୟୀ ବନ୍ତ ବ୍ଲକରେ ୫ଜଣ ଛାତ୍ରଛାତ୍ରୀ ଏୱାନ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି । କାଦବରାଙ୍ଗ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପୂର୍ଣ୍ଣୀମା ବେହେରା ସର୍ବାଧିକ ୫୫୩ନଂ ରଖି ବ୍ଲକ ଟପ୍ପର ହୋଇଛନ୍ତି । ଆଗରପଡା ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ କିରଣ ବାଳା ସାହୁ ୫୫୨ ନଂ ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ମେନେକାରାଣୀ ଉଚ୍ଚ ବିଦ୍ୟାଳୟ ଗଡ଼ଚଣ୍ଡୀ,ଟିଲୋର ଛାତ୍ରୀ ପି.କେ. ରିଶିତା ବେହେରା ୫୫୨ ଓ ଉକ୍ତ ବିଦ୍ୟାଳୟର ଛାତ୍ର ଶୁଭଙ୍କର ମିଶ୍ର ୫୪୦, ସିନ୍ଧୁକେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ,ଅଣିଜୋର ଛାତ୍ର ମହେଶ୍ୱର ଭୋଳ ୫୪୦ନଂ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।

Photo1

ପୂର୍ଣ୍ଣୀମା ବେହେରା,କାଦବରାଙ୍ଗ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ

ବ୍ଳକ ଟପ୍ପର ହୋଇ ଅଂଚଳ ପାଇଁ ଗୌରବ ଆଣିଥିବା କୃଷକ ପରିବାରର ପୂର୍ଣ୍ଣୀମା ଭବିଷ୍ୟତରେ ଡ଼ାକ୍ତର ହୋଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବେ ବୋଲି ପ୍ରକାଶ କରିଥିଲେ । ଏହି ସଫଳତାର ଶ୍ରେୟ ସେ ନିଜ ପିତା ମାତାଙ୍କ ସମତେ ବିଦ୍ୟାଳୟ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଗୁରୁଜନଙ୍କୁ ଦେଇଛନ୍ତି । ତାଙ୍କ ସଫଳତାରେ ତାଙ୍କ ବଡ଼ ଭଉଣୀଙ୍କ ବହୁ ହାତଥିବା ସେ ପ୍ରକାଶ କରିଛନ୍ତି ।

 

Photo2

କିରଣ ବାଳା ସାହୁ,ଆଗରପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ

ଆଗରପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ କିରଣ ବାଳା ସାହୁ ମ୍ୟାଟ୍ରିକ ପରୀକ୍ଷାରେ ସର୍ବାଧିକ ୫୫୨ନଂ ରଖି ଏ ୱାନ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରତିଦିନ ୮ଘଣ୍ଟାରୁ ଉର୍ଦ୍ଧ ଅକ୍ଳାନ୍ତ ପରିଶ୍ରମ କରି ଏହି ସଫଳତା ପାଇଛନ୍ତି ବୋଲି କହିଛନ୍ତି । ଭବିଷ୍ୟତରେ ଡାକ୍ତର ହୋଇ ଗରିବ ଅସହାୟଙ୍କ ସେବା କରିବା ପାଇଁ ସେ ଦୃଢ ପ୍ରତିଶୃତି ବଦ୍ଧ । ବିଟିପୁର ପଂଚାୟତ ଅନ୍ତର୍ଗତ ରାଉତରାପୁର ଗ୍ରାମର ପିତା ପିତାମ୍ବର ସାହୁ, ମାତା ଡଲି ରାଣୀ ସାହୁଙ୍କ କନ୍ୟା କିରଣବାଳା ଏହି ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ନିଜ ପିତା ମାତାଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି । ତାଙ୍କର ଏହି ସଫଳତା ଆଗରପଡା ଅଞ୍ଚଳ ପାଇଁ ଗୌରବ ଆଣିଛି ।

 

Photo3

ପି.କେ. ରିଶିତା ବେହେରା, ମେନେକାରାଣୀ ଉଚ୍ଚ ବିଦ୍ୟାଳୟ ଗଡ଼ଚଣ୍ଡୀ, ଟିଲୋ

ଟିଲୋ ପଂଚାୟତ ଅନ୍ତର୍ଗତ ମେନେକାରାଣୀ ଉଚ୍ଚ ବିଦ୍ୟାଳୟ ଗଡ଼ଜଣ୍ଡୀ,ଟିଲୋର ଛାତ୍ରୀ ପି.କେ. ରିଶିତା ବେହେରା ୫୫୨ନଂ ରଖି ଏୱାନ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

 

Photo4

ଶୁଭଙ୍କର ମିଶ୍ର, ମେନେକାରାଣୀ ଉଚ୍ଚ ବିଦ୍ୟାଳୟ ଗଡ଼ଚଣ୍ଡୀ, ଟିଲୋ

ଟିଲୋ ପଂଚାୟତ ଅନ୍ତର୍ଗତ ମେନେକାରାଣୀ ଉଚ୍ଚ ବିଦ୍ୟାଳୟ ଗଡ଼ଜଣ୍ଡୀ,ଟିଲୋର ଛାତ୍ର ଶୁଭଙ୍କର ମିଶ୍ର ୫୪୦ନଂ ରଖି ଏୱାନ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

 

Photo5

ମହେଶ୍ୱର ଭୋଳ, ସିନ୍ଧୁକେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ, ଅଣିଜୋ

ଅଣିଜୋ ପଂଚାୟତ ଅନ୍ତର୍ଗତ ସିନ୍ଧୁକେଶ୍ୱର ନୋଡ଼ାଳ ଉଚ୍ଚ ବିଦ୍ୟାଳୟ ଛାତ୍ର ମହେଶ୍ୱର ଭୋଳ ମ୍ୟାଟ୍ରିକ ପରୀକ୍ଷାରେ ସର୍ବାଧିକ ୫୪୦ନଂ ରଖି ଏ ୱାନ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରତିଦିନ୭/ ୮ଘଣ୍ଟାରୁ ଉର୍ଦ୍ଧ ପରିଶ୍ରମ କରି ଏହି ସଫଳତା ପାଇଛନ୍ତି ବୋଲି କହିଛନ୍ତି । ଭବିଷ୍ୟତରେ ଡାକ୍ତର ହୋଇ ଗରିବ ଅସହାୟଙ୍କ ସେବା କରିବେ ବୋଲି ସେ ପ୍ରକାଶ କରିଥିଲେ । ଅଣିଜୋ ପଂଚାୟତ ଅନ୍ତର୍ଗତ ଅଣିଜୋ ଗ୍ରାମର ପିତା ହରେକୃଷ୍ଣ ଭୋଳ, ମାତା ରଜନୀ ରାଣୀ ଭୋଳଙ୍କ ପୁଅ ମହେଶ୍ୱର ଏହି ସଫଳତା ପାଇଁ ପ୍ରଥମେ ବାବା ସିନ୍ଧୁକେଶ୍ୱରଙ୍କ ଅପାର କୃପା ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ନିଜ ପିତା ମାତାଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ।