Onn 3

ଯୁକ୍ତ ୨ ପରୀକ୍ଷାରେ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରଘୁନାଥପୁରର ଶତ ପ୍ରତିଶତ ସଫଳତା

State

ବାରିପଦା : ଚଳିତ ବର୍ଷ ବାରିପଦା ରଘୁନାଥପୁରସ୍ଥିତ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରଛାତ୍ରୀ ପ୍ରତିବର୍ଷ ପରି ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ଚଳିତ ବର୍ଷ ବିଦ୍ୟାଳୟରେ ମୋଟ ୧୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲା ବେଳେ ବିଜ୍ଞାନରେ ୯୫ ଜଣ ପ୍ରଥମ ଶ୍ରେଣୀ ରେ ଓ ୧୦ ଜଣ ଦ୍ଵିତୀୟ ଶ୍ରେଣୀରେ ଏବଂ ବାଣିଜ୍ୟରେ ୭ ଜଣ ପ୍ରଥମ ଶ୍ରେଣୀରେ ଓ ଜଣେ ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଜ୍ଞାନରେ ବିଭୁଦତ୍ତ ନନ୍ଦ ୯୦.୧୬%, ଚିଣ୍ଟୁ ଘୋଷ ୮୬%, ଓ ଅନନ୍ୟା ସାହୁ ୮୫.୩୩%, ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବାଣିଜ୍ୟରେ ସାଜି ଚନ୍ଦ୍ର ସାହୁ ୯୦.୩୩%, ପ୍ରତୀକ୍ଷା ପ୍ରିୟଦର୍ଶିନୀ ମହାନ୍ତ ୮୬.୫୦% ଓ ରଘୁନାଥ ମୁର୍ମୁ ୮୫.୬୭% ପ୍ରତିଶତ ନମ୍ବର ରଖି ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଛନ୍ତି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଛାତ୍ରଛାତ୍ରୀ ସତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଏଵଂ ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା କର୍ମଚାରୀଙ୍କର ସଂପୂର୍ଣ୍ଣ ପ୍ରୟାସ, ତ୍ୟାଗ ଫଳରେ ଆଜି ଆମେ ଏହି ସଫଳତା ହାସଲ କରିଅଛୁ । ଏହି ସଫଳତା ପାଇଁ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ଆବାସିକ ବିଦ୍ୟାଳୟର ପରଚାଳନା ସମିତିର ସଭାପତି ଇଂ ପ୍ରଭାସ କୁମାର ଦାସ, ସମ୍ପାଦକ ପ୍ରଶାନ୍ତ କୁମାର ଦାସ, ଅଧ୍ୟକ୍ଷା ଅଙ୍କିତ ବାରିକ ,ଉପାଧ୍ୟକ୍ଷ ଡ. ରାଜକୁମାର ବିଶ୍ଵାଳ, ଅଧ୍ୟାପକ ଡ. ଆଦର୍ଶ ଶତପଥୀ, ଅଧ୍ୟାପକ ରମାକାନ୍ତ ପାତ୍ର ଓ ସଦସ୍ୟ ଇଂ. ଯତୀନ କୁମାର ବାରିକ ପ୍ରମୁଖ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଭିଭାବକଙ୍କୁ ଧନ୍ୟବାଦ୍ ଦେବା ସହ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।