Img 20240526 Wa0161

ଭଞ୍ଜସେନା ସମର୍ଥିତ ସ୍ୱାଧୀନ ଲୋକସଭା ପ୍ରାର୍ଥୀଙ୍କ ପାଇଁ ବାରିପଦା ସହରର ଯୁବଛାତ୍ର ସଂଗଠକ ମାନଙ୍କ ବୈଠକ ଅନୁଷ୍ଠିତ

State

ବାରିପଦା:  ମୟୁରଭଞ୍ଜ ଜିଲ୍ଲାର ହକ ପାଇଁ ନିରବଛିନ୍ନ ଭାବେ ଆନ୍ଦୋଳନ କରୁଥିବା ଏକମାତ୍ର ଯୁବଛାତ୍ର ସଂଗଠନ ଭଞ୍ଜସେନା, ବାରିପଦା ସହର ଶାଖା ତରଫରୁ ଭଞ୍ଜସେନା ସମର୍ଥିତ ସ୍ୱାଧୀନ ଲୋକସଭା ପ୍ରାର୍ଥୀ ବାଜୁନ ହାଁସଦାଙ୍କ ଉପସ୍ଥିତିରେ ଏକ କେବଳ ବାରିପଦା ସହର ର ଯୁବଛାତ୍ର ସଂଗଠକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ ବୈଠକରେ ଆଗାମୀ ସାଧାରଣ ନିର୍ବାଚନରେ ଜିଲ୍ଲା ତମାମ କିପରି ଭଞ୍ଜସେନା ସମର୍ଥିତ ପ୍ରାଥୀଙ୍କୁ ଜିଲ୍ଲାବାସୀ ଅଧିକ ସଂଖ୍ୟକ ଭୋଟ ଦେଇ ଦୀର୍ଘ ବର୍ଷ ଧରି ଜିଲ୍ଲାର ହକ ପାଇଁ ଲଢ଼ୁଥିବା ଭଞ୍ଜସେନା କୁ ଆଗକୁ ବଢିବା ପାଇଁ ଅଧିକ ସାହସ ପ୍ରଦାନ କରିବେ ,ସେ ବାବଦରେ ସବିଶେଷ ଆଲୋଚନା ହୋଇଥିଲା।ଏଥି ସହିତ ବର୍ତ୍ତମାନ ର ରାଜନୀତି ଦଳ ଗୁଡିକ ମୟୁରଭଞ୍ଜ ମାଟିର ବିକାଶ ଅପେକ୍ଷା ନିଜ ପାର୍ଟିର ବିକାଶ ପାଇଁ ତତ୍ପରତା ପ୍ରକାଶ କରୁଥିବାରୁ ଜିଲ୍ଲାର ହକ କୁ ହାସଲ କରିବା ସକାଶେ ଆଗାମୀ ଦିନରେ ଅଣରାଜନୈତିକ ଯୁବଛାତ୍ର ସଂଗଠନ ଭଞ୍ଜସେନାକୁ ଏକ ସ୍ୱତନ୍ତ୍ର ଆଞ୍ଚଳିକ ରାଜନୈତିକ ଦଳର ରୂପରେଖ ଦିଆଯିବ ବୋଲି ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ପ୍ରକାଶ କରିବା ସହିତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ମୁଖପାତ୍ର ମାନସ କୁମାର ବେହେରା ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି।ଆଜିର ଏହି ବୈଠକରେ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ସମେତ ଶୃଙ୍ଖଳାଗତ କମଟି ଅଧକ୍ଷ ସତ୍ୟସ୍ୱରୂପ ଦାସ,ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ,ଲାଲବାହାଦୁର ମହାନ୍ତି,ସଭାପତି ପିଣ୍ଟୁ ମାଇତି,ଓ ବି ସି ଶାଖା ସଭାପତି ରାକେଶ ବେହେରା,କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ,ଉପସଭାପତି ରାକେଶ ମହାନ୍ତି,ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଞ୍ଜନ ପୃଷ୍ଟି, ଯୁବଛାତ୍ର ସଂଯୋଜକ ଏସ କେ ରାଜାଖାନ,ମୁଖପାତ୍ର ମାନସ କୁମାର ବେହେରା,ପ୍ରଶାନ୍ତ ଦାସ,ଦୀପକ ସୋ, ସାଫଲ୍ୟ ମିଶ୍ର,ସିଂରାୟ ହେମ୍ବ୍ରମ,ମନୋଜ ପାତ୍ର,ଦିପେଶ ଅଗ୍ରୱାଲ,ମହିଳା ଶାଖା ସହର ସଭାପତି ରୁପାଲି ରୂପନିତା ବେହେରା , ଅଭିଷେକ ବେହେରା, ସଂଜୟ ମହାର୍ଣ୍ଣ,ସୁନିଲ ମହାପାତ୍ର, ସଂଜୟ ମହାନ୍ତ, ସୁମିତ୍ ମହାନ୍ତ, ଗୌରାଙ୍ଗ ଚକ୍ରବର୍ତ୍ତୀ, ଶୁଭମ୍ ଦେ, ଏମ ଡି ରାଜା, ମୁକ୍ତି ଦତ୍ତ ପରିଡ଼ା, ସତ୍ୟବ୍ରତ ଦାସ, ସନୁ ରାମ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।