Img 20240526 Wa0142

ବାରିପଦା ବିଜେଡି କାର୍ଯ୍ୟାଳୟରେ ବିଭିନ୍ନ ଦଳୀୟ କର୍ମୀଙ୍କ ମିଶ୍ରଣ

Politics State

ବାରିପଦା: ଚଳିତ ନିର୍ବାଚନକୁ ଆଉ କେଇଟା ଦିନ କିନ୍ତୁ ବିଜେଡି ପ୍ରତି ଜନସମର୍ଥନ ବଢ଼ି ବଢ଼ି ଚାଲିଛି ବିଶେଷ କରି ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଜି ବାରିପଦାସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଓ ବିଜେଡି ପ୍ରତି ବଢ଼ି ବଢ଼ି ଚାଲିଥିବା ଜନସମର୍ଥନ ଓ ମୟୁରଭଞ୍ଜ ଜିଲ୍ଲା ସଭାପତି ତଥା ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡିଙ୍କ କାର୍ଯ୍ୟଧରାକୁ ଦେଖି ବାରିପଦା ନିର୍ବାଚନ ମଣ୍ଡଳୀର ପ୍ରିୟ ସଂଗ୍ରାମୀ ବିଜେଡି ନେତା ତଥା ବିଜେଡି ବିଧାୟକ ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡିଙ୍କ ଦୃଢ଼ନେତୃତ୍ୱକୁ ବିଶ୍ୱାସ କରି ହଜାର ହଜାର ସଂଖ୍ୟାରେ ବାରିପଦା ସହରର ଆଖପାଖ ଅଂଚଳ ଏବଂ ୱାର୍ଡ ନମ୍ବର ୧୪ର ଭଞ୍ଜସେନା ଦୃଢ଼ ସମର୍ଥକ ଏମ. ଡି ନାଜିରୁଲ ହକ ଓ ଦୃଢ଼ ସଂଗଠକ ରବିନାରାୟଣ ସିଂହ ବାବୁ ଉଭୟଙ୍କ ନେତୃତ୍ୱରେ ଏବଂ ଅନ୍ୟ ସଂଗଠନକର୍ମକର୍ତ୍ତାମାନେ ଏମଡି ଅରବି ସଦିକ୍ଯୁ, ଅବିନାଶ ଖିଲାର, ହିମାଂଶୁ ବାରିକ, ସୁନୀଲ ରାଠୋର, ଗୁଲାମ ମୁସ୍ଥାଫା, ତପନ ନାଏକ, ବିଶ୍ୱଜିତ ବାରିକ, ଫରହନ ଖାନ, କରଣ ବୈଠା, ରାମ ଧଡ଼ା, ସେହିପରି ୱାର୍ଡ ନମ୍ବର ୧0 ର ଏକ୍ସ କାଉନସିଲର କଂଗ୍ରେସ ପାର୍ଟି ଅବଦୁଲ ରଖିମ୍,ଏକ୍ସ କାଉନସିଲର ସୋନାଲି ସାହା,ଦେବାଶିଷ ମହାନ୍ତି ଏଗ୍ରୋ ଚେୟାରମ୍ୟାନ, ଓ କାଉନସିଲର ରୀନା ଶର୍ମାଙ୍କ ପ୍ରଚେଷ୍ଟାରେ ସତlଧିକ ବିଭିନ୍ନ ଦଳର କର୍ମୀଗଣ ଯୋଗଦାନ କଲେ ବିଜେଡିରେ l ଉକ୍ତ ମହାମିଶ୍ରଣ କାର୍ଯ୍ୟକ୍ରମରେ ମଞ୍ଚରେ ସହଯୋଗ କରିଥିଲେ ଅନ୍ୟମାନେ ହେଲେ ବାରିପଦା ନଗରପାଳ କୃଷ୍ନାନନ୍ଦ ମହାନ୍ତି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ( ନଛି ), ବାରିପଦା ନିର୍ବାଚନ ମଣ୍ଡଳୀର ସଂଯୋଜକ ପ୍ରଭାତ ନାୟକ ( ଟିଣି ),ବରିଷ୍ଠ କାଉନସିଲର ଅନନ୍ତ ଦାସ ( ମାନୁ ), ଜିଲ୍ଲା ଛାତ୍ର ସଭାପତି ସୁନୀଲ ନାୟକ,ଜିଲ୍ଲା ଯୁବ ସଭାପତି ଅରୁଣ ବରାଡ଼ ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ ବିଜେଡି ମୟ ବାତାବରଣ ଭିତରେ ବିଜୁ ଜନତା ଦଳୀୟ ନେତୃମଣ୍ଡଳୀ, କାଉନସିଲର, ଯୁବ ଛାତ୍ର, ମହିଳା ଓ ବିଭିନ୍ନ ଛାମୁଆ ସଂଗଠନର ନେତୃମଣ୍ଡଳୀ ଉପସ୍ଥିତ ରହି ନୂତନଭାବେ ଯୋଗଦାନ କରିଥିବାଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଛନ୍ତି ଉପସ୍ଥିତ ରହି l