Onn 3

ଓଡ଼ିଶା ମେଟ୍ରୋ ପାଇଁ ୧୦୦୦ କୋଟିର ବ୍ୟୟବରାଦ, ଶକ୍ତି କ୍ଷେତ୍ର ପାଇଁ ୪୩୫୨ କୋଟି

State

assemly

ଭୁବନେଶ୍ବର : ଅନ୍ତରୀଣ ବଜେଟରେ ସଡ଼କ, ସେତୁ, ବିମାନବନ୍ଦର ଏବଂ ରେଳବାଇ ବିକାଶ ପାଇଁ ୨୧,୦୦୪ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଓଡ଼ିଶାରେ ମେଟ୍ରୋ ରେଳର ବିକାଶ ପାଇଁ ୧୦୦୦ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି । ସଡ଼କ ସୁରକ୍ଷା ପାଣ୍ଠିକୁ ୪୫ କୋଟି ଟଙ୍କା, ଓଡ଼ିଶାସଡ଼କ ସୁରକ୍ଷା ସୋସାଇଟିକୁ ଅନୁଦାନ ନିମନ୍ତେ ୪୫ କୋଟି ଟଙ୍କା, ଏବଂ ଦୁର୍ଘଟଣା ଜନିତ ଅନୁକମ୍ପା ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ସଡକ ବିକାଶ କାର୍ଯ୍ୟକ୍ରମ ପାଇଁ ୬୧୯୪ କୋଟି ଟଙ୍କା ଏବଂ ବିଜୁ ଏକ୍ସପ୍ରେସଓ୍ବେ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଟ୍ରକ୍ ଟର୍ମିନାଲ୍ ନିର୍ମାଣ ପାଇଁ ୧୩୦ କୋଟି ଟଙ୍କା, ଏବଂ ଓଡିଶା ପରିବହନ ଡ୍ରାଇଭର ଏବଂ ଶ୍ରମିକ କଲ୍ୟାଣ ଯୋଜନା ପାଇଁ ୨୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ରେଳ ପ୍ରକଳ୍ପର ବିକାଶ ପାଇଁ ୭୦୦ କୋଟି ଟଙ୍କା ଓ ବେସାମରିକ ବିମାନ ଚଳାଚଳ ପାଇଁ କୋଟି ୩୭୨ ଟଙ୍କାର ପ୍ରସ୍ତାବ ଦିଆଯାଇଛି ।
ଗୁଣାତ୍ମକ ଓ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ୪,୩୫୨ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି। ବିଜୁ ଗ୍ରାମ ଜ୍ୟୋତି ଯୋଜନା ପାଇଁ ୫୦ କୋଟି ଟଙ୍କା, ଦିନ ଦୟାଲ ଉପାଧ୍ୟାୟ ଗ୍ରାମ ବିଦ୍ୟୁତିକରଣ ଯୋଜନା ପାଇଁ ୫୬ କୋଟି ଟଙ୍କା, ବିଜୁ ସହରାଞ୍ଚଳ ବିଦ୍ୟୁତୀକରଣ ଯୋଜନା ପାଇଁ ୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ନବୀକରଣ ଯୋଗ୍ୟ ଶକ୍ତି ପ୍ରକଳ୍ପ ଯଥା ପ୍ଲୋଟିଂ ସୋଲାର, ଛାତ ସୋଲାର ଏବଂ ପବନ ଶକ୍ତି ପ୍ରକଳ୍ପର ବିକାଶ ପାଇଁ ଭିଜିଏଫ ବାବଦକୁ ୨୫୦ କୋଟି ଟଙ୍କାପ୍ରଦାନ କରାଯାଇଛି ।
ବର୍ଷ ପାଇଁ ଶିଳ୍ପ ଏବଂ ଅଣୁ,କ୍ଷୁଦ୍ର,ମଧ୍ୟମ ଉଦ୍ୟୋଗ କ୍ଷେତ୍ର ନିମନ୍ତେ ୧,୫୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କ୍ଷୁଦ୍ର ଶିଳ୍ପ ପାଇଁ ୫୧୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି, ସେଥୁମଧ୍ୟରୁ କ୍ଷୁଦ୍ର ଶିଳ୍ପକୁ ଆର୍ଥିକ ସହାୟତା ପାଇଁ ୨୪୫ କୋଟି ଟଙ୍କା, ଭିତ୍ତିଭୂମି ବିକାଶ ପାଇଁ ୨୫୬ କୋଟି ଟଙ୍କା, ବୈଦେଶିକ ବାଣିଜ୍ୟ ଏବଂ ରପ୍ତାନି ପ୍ରୋତ୍ସାହନ ପାଇଁ ୩ କୋଟି ଟଙ୍କା ଏବଂ ନଡ଼ିଆ କତା ଶିଳ୍ପର ପ୍ରୋତ୍ସାହନ ପାଇଁ ୩ କୋଟି ଟଙ୍କାପ୍ରଦାନ କରାଯାଇଛି ।
ବନ ବିଭାଗ କ୍ଷେତ୍ର ପାଇଁ ୨୦୨୪ -୨୫ ରେ ୧,୨୧୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବନୀକରଣ ଓ ବନପ୍ରାଣୀ କାର୍ୟ୍ୟକଳାପ ପାଇଁ କାମ୍ପା ଅଧୀନରେ ୯୨୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ରାଜ୍ୟରେ ସବୁଜ ଆବରଣ ବୃଦ୍ଧି ପାଇଁ ୩୫ କୋଟି ଟଙ୍କା ଏବଂ ଆମ ଜଙ୍ଗଲ ଯୋଜନା ପାଇଁ ୧୦ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି ।
ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ନିମନ୍ତେ ୮୧୮ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ଦିଆଯାଇଛି । ପର୍ୟ୍ୟଟନ ଭିତ୍ତିଭୂମିର ବିକାଶ ଓ ପରିଚାଳନା ପାଇଁ ୪୪୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପର୍ଯ୍ୟଟନର ପ୍ରୋତ୍ସାହନ ପାଇଁ ୨୭୯ କୋଟି ଟଙ୍କା ଏବଂ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ପାଇଁ ୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।