Whatsapp Image 2024 02 08 At 16.45.58.jpeg

ସ୍ବାସ୍ଥ୍ୟ ପାଇଁ ବ୍ୟୟବରାଦ ୨୪% ବୃଦ୍ଧି

State

WhatsApp-Image-2024-02-08-at-16.45.58

ଭୁବନେଶ୍ବର : ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ବାରା ଉପସ୍ଥାପିତ ରାଜ୍ୟ ଅନ୍ତରୀଣ ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ର ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି । ଜନସ୍ବାସ୍ଥ୍ୟ ସେବା କ୍ଷେତ୍ର ପାଇଁ ୧୯୯୫୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଯାହାକି ପୂର୍ବବର୍, ତୁଳନାରେ ୨୪ ପ୍ରତିଶତ ଅଧିକ ଓ ଏହା ରାଜ୍ୟ ବଜେଟର ପ୍ରାୟ ୮ ପ୍ରତିଶତ ଅଟେ ।
ଆମ ହସପିଟାଲ ଯୋଜନା ପାଇଁ ୧୩୧୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଓ ପରିବାର କଲ୍ୟାଣ ଯୋଜନା ପାଇଁ ୬୯୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫୪୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିସନ ପାଇଁ ୨୯୯୨ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ଏଥିରେ ମେଡିକାଲ ଶିକ୍ଷାନୁଷ୍ଠାନକୁ ସହାୟତା ପାଇଁ ୫୬୦ କୋଟି ଅନ୍ତର୍ଭୁକ୍ତ । ଜାତୀୟ ସ୍ବାସ୍ଥ୍ୟ ମିସନ ପାଇଁ ୧୬୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ମିସନ ପାଇଁ ୩୩୮ କୋଟି ଟଙ୍କା ଦିଆଯାଇଛି ।