Onn 3

ବେଆଇନ ଲିଙ୍ଗ ନିରୂପଣ ସନ୍ଦେହରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ

Crime State

କଟକ:  ବେଆଇନ ଲିଙ୍ଗ ନିରୂପଣ ସନ୍ଦେହରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ । କହିବାକୁ ଗଲେ କଟକରେ ଏଇ କିଛି ନୂଆ ଘଟଣା ନୁହେଁ  । ପୂର୍ବରୁ ମଧ୍ୟ କଟକର ଅନେକ କ୍ଲିନିକରେ ଚଢାଉ କରାଯାଇ ବେଆଇନ ଲିଙ୍ଗ ନିରୂପଣ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଅନେକ କ୍ଲିନିକ ଉପରେ ପୂର୍ବରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ହେଲେ କିଛି ସୁଫଳ ମିଳିନି  । ଆଜି କଟକ ବାଦାମବାଡି ଅଞ୍ଚଳରୁ ପୁଣି ଏମିତି କିଛି ଘଟଣା ସାମ୍ନାକୁ ଆସିଛି  ।

କଟକ ବାଦାମବାଡ଼ି ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗର ଦୁଇଟି ଟିମ ଚଢାଉ ଜାରି ରଖିଛି। ଏକାଥରକେ ୩ଟି ଜାଗାରେ ସ୍ବାସ୍ଥ୍ୟ ବିଭାଗ ଚଢାଉ କରୁଥିବା ଜଣାପଡିଛି  । ଚଢାଉ କରିବା ସମୟରେ କିଛି ଆପତ୍ତି ଜନକ ଯନ୍ତ୍ରପାତି ଠାବ ହୋଇଥିବା ସୂଚନା ମିଳିଛି। ତେବେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା , ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବା  । ତାପରେ ବି ରାଜ୍ୟର ଅନେକ ଅଞ୍ଚଳରେ ଲୁଚାଛପାରେ ଏପରି ବେଆଇନ ଲିଙ୍ଗ ନିରୂପଣ କରାଯାଉଥିବା ଖବର ହସ୍ତଗତ ହେଉଛି । ତେଣୁ ସମୃକ୍ତ କ୍ଲିନିକ ଗୁଡିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ସରକାରୀସ୍ତରରେ ପଦକ୍ଷପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି  ।