Syber 2 750x430

ହ୍ଵାଟ୍ସଆପ ଗ୍ରୁପରେ ଇନଭେଷ୍ଟମେଣ୍ଟ ନାଁରେ ବଡ଼ ଧରଣର ଠକେଇ, ୧୭ ଅଭିଯୁକ୍ତ ଗିରଫ

State

ହ୍ଵାଟ୍ସଆପ ଗ୍ରୁପରେ ଇନଭେଷ୍ଟମେଣ୍ଟ ନାଁରେ ବଡ଼ ଧରଣର ଠକେଇ।  ଏଭଳି ଠକେଇରେ ୬ କୋଟି ୨୮ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଛନ୍ତି ଜେଏସପିଏଲ କର୍ମଚାରୀ କୁନ୍ତଳା ମଜୁମଦାର । କ୍ରାଇମବ୍ରାଞ୍ଚ ବିଭିନ୍ନ ରାଜ୍ୟରୁ ୧୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆସନ୍ତା କାଲି ସୁଦ୍ଧା ଆଉ ୭ ଜଣ ଗିରଫ ହେବେ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ଵିନୟାତୋଷ ମିଶ୍ର । କୁନ୍ତଳା ମଜୁମଦାର ଗତ ଜୁଲାଇ ମାସରେ କୋଟକ ଇନଭେଷ୍ଟମେଣ୍ଟ କ୍ଲବ ହ୍ଵାଟ୍ସଆପ ଗ୍ରୁପରେ ଆଡ଼ ହୋଇଥିଲେ । ଗ୍ରୁପରେ ପୁଞ୍ଜି ନିବେଶ ପାଇଁ ଜାଣିବା ପରେ ୬ କୋଟି ୨୮ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ । ସେୟାରର ମୂଳ ମୂଲ୍ୟ ହଠାତ ୧୧୦ ଟଙ୍କାରେ ପହଁଚି ୨୫ କୋଟି ହୋଇଥିଲା । ସେଥିରୁ ୨୩ କୋଟି ଉଠାଇବାର ଅନୁମତି ମିଳିଥିଲା ।

ଅଗଷ୍ଟ ୨୧ ରେ ଟଙ୍କା ଉଠାଇବାକୁ ଉଦ୍ୟମ କରିବା ପରେ ଗ୍ରୁପ ଆଡ଼ମିନ ତାଙ୍କୁ ଗ୍ରୁପରୁ ହଟାଇ ଦେଇଥିଲେ । କାରବାର ପାଇଁ ବ୍ୟବହୃତ ଆପ ନିଷ୍କ୍ରିୟ ହୋଇ ଯାଇଥିଲା। ଏହାପରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ସାଇବର ୟୁନିଟ ତଦନ୍ତ ପରେ ଜାଣିଥିଲେ ଯେ, ୧୦୦ ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରେ ୬ କୋଟି ୮ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଛି । ସମସ୍ତ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୬ ଲକ୍ଷ ୮୫ ହଜାର ଟଙ୍କା ଫ୍ରିଜ ହୋଇଛି । ଅଭିଯୋଗକାରୀ ୬ ଲକ୍ଷ ୮୦ ହଜାର ଟଙ୍କା ଫେରସ୍ତ ପାଇଛନ୍ତି । ଏବେ ସୁଦ୍ଧା ତାମିଲନାଡୁରୁ ୯ ଜଣ, ଗୁଜରାଟରୁ ୮ ଜଣ ଓ ରାଜସ୍ଥାନ ରୁ ୭ ଜଣଙ୍କୁ ଗିରଫ କରାଯାଇଛି ।