Onn 3

ହୋ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବି ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ହୋ ସମାଜ ପ୍ରତିନିଧି ଦଳ

State

ବାରିପଦା: ଆଦିବାସୀ ହୋ ସମାଜ ମହାସଭାର ଏକ ପ୍ରତନିଧି ମଣ୍ଡଳୀ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରି ହୋ ଭାଷା ଓ ଏହାର ଲିପି ଓ୍ବାରାଂଚିତିକୁ କେନ୍ଦ୍ର ସରକାର ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମ୍ବିଧାନିକ ମାନ୍ୟତା ପ୍ରଦାନ ପାଇଁ ଲିଖିତ ଅନୁରୋଧ କରିଛନ୍ତି । ହୋ ଭାଷା ଏକ ପ୍ରାଚୀନ ଓ ଉତ୍କୃଷ୍ଟ ଭାଷା । ଏହାର ଐତିହ୍ୟ ରହିଛି । ହୋ ସମାଜର ସଂସ୍କୃତି,ଭାଷା,କଳା ଓ ପରଂପରା ସ୍ଵତନ୍ତ୍ର ଓ ଅନନ୍ୟ ।

ଓଡ଼ିଶାରେ ହୋ ସମାଜର ଲୋକେ ୧୩ ଲକ୍ଷରୁ ଉର୍ଦ୍ଧ୍ବ ଥିବାବେଳେ ସାରା ଭାରତରେ ୪୦ ଲକ୍ଷରୁ ଉର୍ଦ୍ଧ୍ବ ହୋଭାଷାଭାଷୀ ଲୋକେ ଵସଵାସ କରୁଛନ୍ତି ।ହୋ ମହାସଭାର କେନ୍ଦ୍ରୀୟ ସଭାପତି କ୍ରିଷ୍ଣଚନ୍ଦ୍ର ଵୋଦ୍ରାଙ୍କ ନେତୃତ୍ୱରେ କେନ୍ଦ୍ରୀୟ ମହାସଚିବ ତିରିଲ୍ ତିରିଆ,ଓଡ଼ିଶା ରାଜ୍ୟ ଆବାହକ ମନୋରଞ୍ଜନ ତିରିଆ,ବିର୍ସା କାଣ୍ଡେଙ୍କାଲ, ପୁରୁଷୋତ୍ତମ ଗାଗରାଇ,ବୁଧିଲାଲ କୁଳୁ, ପ୍ରମୁଖ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ସୌଜନଯ ମୂଳକ ସାକ୍ଷାତ କରିବା ସହିତ ସ୍ମାରକପତ୍ର ପ୍ରଦାନ କରିଥିଲେ