ବାରିପଦା: ଆଜି ଏକ ଚେକ ବାଉନ୍ସ ମମଲାର ବିଚାର କରି ମାନ୍ୟବର ପ୍ରଥମ ଶ୍ରେଣୀ ବିବାର ବିଭାଗୀୟ ମାଜିଷ୍ଟେଟ ବାରିପଦା ଶ୍ରୀପନ୍ନା ମହାପାତ୍ର ଅଭିଯୁକ୍ତ ମୟୁରଭଞ ଜିଲା ଝାରପୋଖରିଆ ଥାନା ଅଞ୍ଚଳର ଆଶିଷ କୁମାର ପଣ୍ଡା ଙ୍କୁ ଛଅ ମାସ ଜେଲଦଣ୍ଡ ସମେତ ୫,୧୫,୦୨୦ ଟଙ୍କା ଜୋରିମାନା ରେ ଦଣ୍ଡିତ କରିଛନ୍ତି । ସୂଚନା ଯୋଗ୍ୟ କି ଅଭିଯୁକ୍ତ ଆଶିଷ କୁମାର ପଣ୍ଡା ମୟୁରଭଞ କେନ୍ଦ୍ର ସମବାୟ ବ୍ୟାଙ୍କ ସାରସକଣା ଶାଖାରୁ ଦୁଇ ଲକ୍ଷ ଟଙ୍କା ବ୍ୟବସାୟିକ ଲୋନ ନେଇଥିଲେ । ଏ ବାବଦରେ ରୁଣ ସୁଝିବାକୁ ୨,୫୭,୫୧୦ ଟଙ୍କାର ଏକ ଚେକ ବ୍ୟାଙ୍କ କୁ ପ୍ରଦାନ କରିଥିଲେ । ଏହି ଚେକ ଟି ବାଉନ୍ସ ହୋଇଯିବାରୁ ମୟୁରଭଞ କେନ୍ଦ୍ର ସମବାୟ ବ୍ୟାଙ୍କ ସାରସକଣା ଶାଖାର ମ୍ୟାନେଜର ମାନ୍ୟବର ଜେଏମଏଫସି ବାରିପଦା କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ । ଏ ବାବଦରେ କୋର୍ଟରେ କେସ ନମ୍ବର ଆଇସିସି ନମ୍ବର ୫/୨୦୨୨ ରେ ଏକ ମାମଲା ରୁଜୁ ହୋଇଥିଲା । ଆଜି ସମସ୍ତ ସାକ୍ଷ୍ୟ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ମାନ୍ୟବର ଅଦାଲତ ପକ୍ଷରୁ ଚୁଡାନ୍ତ ରାୟ ପ୍ରକାଶ ପାଇଅଛି । ଉକ୍ତ କେସ କୁ ଲ୍ୟାମ୍ପସ ପକ୍ଷରୁ ଆଇନଜିବୀ ବଟକୃଷ୍ନ ପାଢୀ ପରିଚାଳନା କରୁଥିଲେ ।