Img 20240923 Wa0234

ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା 

State
ବାରିପଦା – ବାରିପଦା ବ୍ଲକ ଓ ପୌରାଞ୍ଚଳ  ଛାତ୍ରଛାତ୍ରୀଙ୍କର ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ମୁର୍ଗାବାଡି ସ୍ଥିତ ଜିଲ୍ଲା ଶିକ୍ଷା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ତଥା ସଚ୍ଚିଦାନନ୍ଦ ଗୁରୁକୁଳର ଅଧ୍ୟକ୍ଷ ଅଜିତ କୁମାର ବେହେରାଙ୍କ ଅଧ୍ୟକ୍ଷତା   ଅନୁଷ୍ଠିତ ହୋଇଯାଇଛି l  ସ୍ୱାମୀ ବିଘ୍ନେଶ୍ୱରାନନ୍ଦ ସରସ୍ବତୀ, ଶିକ୍ଷକ କୈଳାଶ ଚନ୍ଦ୍ର ଦାଶ, ଚିନ୍ମୟ ମିଶନ ବାରିପଦା ଉପସଭାପତି ବିବେକାନନ୍ଦ ଦାସ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ କବିତା ଦାସ ବିଚାରକ ଭାବେ ଉପସ୍ଥିତ ରହିଥିଲେ l
୩ ଟି ବିଭାଗରୁ   କଇଁଫୁଲିଆ ସରକାରୀ ବିଦ୍ୟାଳୟରେ ବିଦ୍ୟାଧର ସିଂ ସଚ୍ଚିଦାନନ୍ଦ ଗୁରୁକୁଳର ଲାଲୁ ଟୁଡୁ  ହେମନ୍ତ ଦାସ, ଭଂଜପୁର ଉଚ୍ଚ ବାଳିକା ବିଦ୍ୟାଳୟର ରିଷିକା ଖଣ୍ଡେଲୱାଲ, ଶ୍ରୀଅରବିନ୍ଦ ଉଚ୍ଚ ବିଦ୍ୟାଳୟରେ ଲିପିକା ପଣ୍ଡା, ମହାରାଜ କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଦିବ୍ୟଙ୍କର ବେହେରା,   ମହାରାଜ ପୂର୍ଣ୍ଣଚନ୍ଦ୍ର ଅଟୋନୋମାସ ମହାବିଦ୍ୟାଳୟର ହିମାଂଦ୍ରୀ ତନୟା ଚୌଧୁରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ଉତ୍ତୀର୍ଣ ହୋଇଛନ୍ତି l
 ସମାଜସେବୀକା ରେଣୁବାଳା ରଥ ଅତିଥି ଭାବେ ଯୋଗ ଦେଇ ବିଜେତାଙ୍କୁ ପୁରସ୍କାର ବିତରଣ କରିଥିଲେ l ସଚ୍ଚିଦାନନ୍ଦ ସେବା ଟ୍ରଷ୍ଟର ଟ୍ରଷ୍ଟି ବିଷ୍ଣୁପଦ ବେରା, ଶିକ୍ଷକ ସର୍ବେଶ୍ୱର ବେହେରା, ହରପ୍ରିୟା ମାହାର୍ଣ୍ଣ, ଶାନ୍ତିପ୍ରିୟା ମୁର୍ମୁ, ଭବେଶ ପଣ୍ଡା, ସାଇ ସଙ୍ଗମ ଗିରି,  ଅଭିଷେକ ବେହେରା, ବିକାଶ ଟୁଡୁ, ଶୁଭମ ଧୋଡା, ସୂର୍ଯ୍ୟ କାଳନ୍ଦୀ, ହରପ୍ରିୟା ମହାନ୍ତ, ବିପିନ ମୁର୍ମୁ, ଜିଦାନ ମୁର୍ମୁ ପ୍ରମୁଖ ସହଯୋଗ କରିଥିଲେ l
ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପ୍ରଜ୍ଞାନ ମିଶନ, ବାଲିଘାଇ ପୁରି ତରଫରୁ ଓଡିଶା ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ‘ଗୀତା ସୁଗିତା କର୍ତ୍ତବ୍ୟା ‘ ଅନୁଷ୍ଠିତ କରୁଛି l ପ୍ରଥମ ସ୍ତରରେ ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଉତୀର୍ଣ୍ଣ ପିଲାମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା କର୍ଜୀଵ l ଉର୍ତ୍ତିନ ପିଲାମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ପାରିବେ l