ବାରିପଦା: ତା- ୨୨-୯ – ୨୦୧୯ ମସିହା ଜାନୁଆରୀ ୧୫ ତାରିଖ ରେ ମୟୁରଭଞ ଜିଲା ବଡସାହି ଥାନା ଅଞ୍ଚଳରେ ରେ ଜନୈକା ଚାରି ବର୍ଷ ନାବାଳିକା ସହିତ ହୋଇଥିବା ଦୁଷ୍କର୍ମ ସଂଙ୍କ୍ରାନ୍ତ ଏକ ମାମଲାର ଆଜି ବିଚାର କରି ଆଡ – ହକ ଅତିରିକ୍ତ ଜିଲା ଓ ଦୈାରାଜଜ ( ଏଫଟିଏସସି) ଆଣ୍ଡର ପକ୍ସୋ ଆକ୍ଟ ବିଚାରପତି ସନ୍ତୋଷ କୁମାର ନାଏକ ଅଭିଯୁକ୍ତ ମୟୁରଭଞ ଜିଲା ବଡସାହି ଥାନା ଅନ୍ତର୍ଗତ ଦେଉଳିଆ (ନୂଆସାହି) ଗ୍ରାମର ଛୋଟା ଏଲିଏସ କମଲ ଲୋଚନ ସିଂ (୩୫) କୁ ଦୋଷୀ ସାବ୍ୟସ୍ତ କରବା ସହିତ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୭୬(ଏବି) ଆଇପିସି ରିଉ ଉଇଥ ସେକସନ.୬ ଅଫ ପୋକ୍ସୋ ଆକ୍ଟ ୨୦୧୨ ଅନୁଯାୟୀ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏଥି ସହିତ ଆଦାୟ ଜୋରିମାନା ଅର୍ଥ ସମେତ ଅଧିକ ଛଅ ଲକ୍ଷ ଟଙ୍କା କ୍ଷତିପୁରଣ ବାବଦକୁ ଜିଲା ଆଇନ ସହାୟତା କତ୍ତୃପକ୍ଷ ଙ୍କୁ ପିଡୀତା ନାମରେ ଦଶ ବର୍ଷ ପାଇଁ କୈାଣସି ବ୍ୟାଙ୍କ ରେ ଜମା ରଖିବା ପାଇଁ ରାୟରେ ଉଲେଖ କରାଯାଇଅଛି । ନାବାଳିକା ପିଡିତା ର ମା ଙ୍କ ପକ୍ଷରୁ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ୧୫-୧-୨୦୧୯ ରିଖ ୧୨ ଟାରୁ ୧ ଟା ମଧ୍ୟରେ ସିଏ ତାଙ୍କ ପୁଅ ସହିତ ପଞ୍ଚାୟତ ଅଫିସ କୁ ଯାଇଥିଲେ । ଘରେ ତାଙ୍କ ର ତିନି ଜଣ ନାବାଳିକା ଝିଅ ଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ କମଲ ଲୋଚନ ସିଂ ତାଙ୍କର ଚାରି ବର୍ଷ ର ନାବାଳିକା ଝିଅକୁ ବିଷ୍କୁଟ ଦେଇ ସାଇକେଲରେ ବସାଇ ଏକ ନିକଟସ୍ଥ ଜଙ୍ଗଲ କୁ ନେଇ ତା ସହିତ ଦୁଷ୍କର୍ମ କରିଥିଲା । ଘରକୁ ଫେରି ଏ କଥା ଜାଣିବା ପରେ ପିଡୀତା କୁ ବଡସାହି ଡାକ୍ତରଖାନା କୁ ଚିକିତ୍ସା ପାଇଁ ନେଇଥିଲେ । ଏ ବାବଦରେ ବଡସାହି ଥାନାରେ କେସ ନମ୍ବର ୧୦/୧୫-୧-୨୦୧୯ ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ କୁ ୧୬-୧-୨୦୧୯ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୧୧ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି ମନୋରଞନ ପଟ୍ଟନାୟକ ପରିଚାଳନା କରୁଥିଲେ ।