Onn 3

ଜିନ୍ସ ଓ ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର, ମୁହଁରେ ମାସ୍କ ପିନ୍ଧି ସରକାରୀ କ୍ଵାଟର୍ସରୁ କଲେ ଚୋରି

Crime State

 

weqe

ଭୁବନେଶ୍ବର : ସାବଧାନ୍ ! ରାଜଧାନୀବାସୀ । ବୁଲୁଛନ୍ତି ଜିନ୍ସ ଓ ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର । ମୁହଁରେ ମାସ୍କ ପିନ୍ଧି ଘରେ ନଥିବାବେଳେ କଳା କନା ବୁଲାଉଛନ୍ତି । ଏଭଳି କିଛି ଘଟଣା ଘଟିଛି ରାଜଧାନୀର ମଞ୍ଚେଶ୍ବର ରେଲଓ୍ବେ କଲୋନୀରେ  । ସୂଚନା ଅନୁସାରେ ଗତକାଲି ମଞ୍ଚେଶ୍ୱର ରେଲୱେ କଲୋନୀର B 15/2 କ୍ୱାର୍ଟର୍ସରେ ରହୁଥିବା ରଞ୍ଜନ କୁମାର ସିଂହଙ୍କ ପରିବାର ଘରେ ନଥିଲେ। ଏହାର ସୁଯୋଗ ନେଇ ୩ ଜଣ ଜିନ୍ସ ଜ୍ୟାକେଟ୍ ପିନ୍ଧା ସ୍ମାର୍ଟ ଚୋର ବିଳମ୍ବିତ ରାତିରେ ତାଙ୍କ ଘରେ ପଶିଥିଲେ। ଏବଂ ୨୮ ହଜାର ଟଙ୍କା ସହ ସୁନାଗହଣା ଲୁଟିନେଇଥିଲେ ।

ସିସିଟିଭିରେ ଲୁଟ୍‌ ସମୟର ସମସ୍ତ ଦୃଶ୍ୟ କଏଦ ହୋଇଛି। ଏ ନେଇ ଘର ମାଲିକ ରଞ୍ଜନ ଥାନାରେ ଏତଲା ଦେଇଛନ୍ତି ।  ପୋଲିସ ସିସି ଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରହିଛି । ଘଟଣାରେ ବାହାର ରାଜ୍ୟର ଲୁଟେରା ଗ୍ୟାଙ୍ଗ ଥିବା ସୂଚନା ମିଳିଛି । ସେପଟେ ଗତ ଦୁଇ ମାସ ଭିତରେ ରାଜଧାନୀର ବିଭିନ୍ନ ସ୍ଥାନରୁ ଲୁଟପାଟର ଖବର ସାମ୍ନାକୁ ଆସୁଛି  । ହେଲେ ଏ ପର୍ଯ୍ୟନ୍ତ ଚୋରଙ୍କୁ ଧରିବାରେ ବିଫଳ ହେଉଛି କମିଶନରେଟ୍ ପୋଲିସ  । ଯାହା ରାଜଧାନୀବାସୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରୁଛି ।