Img 20240530 Wa0167

ମୟୁରଭଞ୍ଜ ସାଂସଦ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ବାଇକ ରାଲି

Politics State
  • ବହୁ ବିଜେପି କର୍ମୀଙ୍କ ଯୋଗଦାନ : ଭଞ୍ଜସେନା

ବାରିପଦା: ଆସନ୍ତା ଜୁନ ମାସ ୧ତାରିଖ ସାଧାରଣ ନିର୍ବାଚନରେ ମୟୁରଭଞ୍ଜ ଲୋକସଭାରେ ଜିଲ୍ଲାର ଏକମାତ୍ର ସଂଗ୍ରାମୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ବାଜୁନ ହାଁସଦାଙ୍କୁ ନେଇ ଆଜି ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଈତିଙ୍କ ନେତୃତ୍ୱରେ ୧ ହଜାର ରୁ ଉର୍ଧ୍ଵ ବାଇକ ଯୋଗେ ବାରିପଦା ସହରରେ ରାଲି ହୋଇଥିଲା |ବାଇକ ରାଲି ଶୋଭାଯାତ୍ରା ବାରିପଦା ଷ୍ଟେସନ ପଡ଼ିଆ ଠାରୁ ବାହାରି ମୁଖ୍ୟ ମାର୍କେଟ ଦେଇ ଭଞ୍ଜପୁର ଜଗଦ୍ଧାତ୍ରୀ ପଡିଆ ଠାରେ ସମାପ୍ତ ହୋଇଥିଲା |ଆଜିର ରାଲିରେ ଭଞ୍ଜସେନା ଶୃଙ୍ଖଳାଗତ କମିଟି ଅଧକ୍ଷ ସତ୍ୟସ୍ୱରୂପ ଦାଶ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ,ଓବିସି ଶାଖା ସଭାପତି ରାକେଶ ବେହେରା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ,ଉପସଭାପତି ରାକେଶ ମହାନ୍ତି, ପ୍ରଶାନ୍ତ ମହାକୁଡ଼,ଯୁବଛାତ୍ର ସଂଯୋଜକ ଏସ କେ ରାଜାଖାନ,ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଞ୍ଜନ ପୃଷ୍ଟି, ଜିଲ୍ଲା ସଂଗଠନ ସମ୍ପାଦକ ଗଣେଶ ମହାନ୍ତି,ବାରିପଦା ସହର ଆଦିବାସୀ ଶାଖା ସଭାପତି ସିଙ୍ଗରାୟ ହେମ୍ବ୍ରମ,ଜିଲ୍ଲା ସୋସିଆଲ ମେଡ଼ିଆ ସହ ସଂଯୋଜକ ପ୍ରୀତମ ପଣ୍ଡା,ଜିଲ୍ଲା ମହିଳା ସାଧାରଣ ସମ୍ପାଦିକା ସୁଭଦ୍ରା ହେମ୍ବ୍ରମ,ବାରିପଦା ସହର ମହିଳା ସଭାନେତ୍ରୀ ରୁପାଲୀ ରୂପନୀତ ବେହେରା ,ବାରିପଦା ସହର ସାଧାରଣ ସମ୍ପାଦକ ଅମିତ କୁମାର,ସନାତନ ସାହୁ, ସାଫଲ୍ୟ ମିଶ୍ର, ପଙ୍କଜ କରଣ, ମନୋଜ ପାତ୍ର,ଦୀପକ ଶୋ,ଦିପେଶ ଅଗ୍ରୱାଲ,ଏମ ଡି ରାଜା,ଅଭିଷେକ ବେହେରା,ସଞ୍ଜୟ ମହାର୍ଣ୍ଣ,ସୁନୀଲ ମହାପାତ୍ର,ସଞ୍ଜୟ ମହାନ୍ତ, ଶୁଭମ ଦେ,ସୁମିତ ମହାନ୍ତ,ଗୌରାଙ୍ଗ ଚକ୍ରବର୍ତ୍ତୀ,ପ୍ରଶାନ୍ତ ଦାସ,ମନୋରଞ୍ଜନ ବେହେରା,ଅଭିଷେକ ମହାପାତ୍ର, ମୁକ୍ତି ଦତ୍ତ ପରିଡା,ସନୁ ରାମ, ସତ୍ୟବ୍ରତ ଦାସ ପ୍ରମୁଖ ସାମିଲ ଥିଲେ |

ତାସହିତ ସଂଗଠନ ସମର୍ଥିତ ମୟୁରଭଞ୍ଜ ଲୋକସଭା ପ୍ରାର୍ଥୀ ବାଜୁନ ହାଁସଦା ଏବଂ ମୋରଡା ବିଧାୟକ ପ୍ରାର୍ଥୀ ସଂଜୀବ ରାଉତ ଙ୍କୁ ସମର୍ଥନ କରି ଆଜି ଭାରତୀୟ ଜନତା ପାର୍ଟି ରୁ ମୋରଡା ବ୍ଲକର ଗଡିଗାଁ ପଞ୍ଚାୟତର ବହୁ ଦଳୀୟ ପଦବୀ ଧାରୀ ପୁରୁଷ ଓ ମହିଳା କର୍ମକର୍ତ୍ତା ମାନେ ବିଧିବଦ୍ଧ ଭାବେ ଭଞ୍ଜସେନା ର କାର୍ଯ୍ୟାଧାରା କୁ ସମର୍ଥନ ଜଣାଇ ସାମିଲ ହୋଇଛନ୍ତି |ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଲୋକସଭା ପ୍ରାର୍ଥୀ ବାଜୁନ ହାଁସଦା, ସତ୍ୟସ୍ୱରୂପ ଦାଶ, ନିମାଇଁ ତ୍ରିପାଠୀ ସହିତ ବାରିପଦା ଉପଖଣ୍ଡ ସଂଯୋଜକ ତଥା ମୋରଡା ବ୍ଲକ ସଭାପତି ପାରିତୋଷ ବାରିକ ଙ୍କ ଉପସ୍ଥିତି ରେ ବିଜେପି ଗଡିଗାଁ ପଞ୍ଚାୟତ କମିଟିର ସମ୍ପାଦକ ମଙ୍ଗଲ ଦାସଙ୍କ ନେତୃତ୍ୱରେ ପଞ୍ଚାୟତ ମହିଳା ମୋର୍ଚା ସଭାନେତ୍ରୀ ବସୁମତୀ ମହାନ୍ତ, ଯୁବ ସଭାପତି ଦିଲୁ ମହାନ୍ତ, ଆଦିବାସୀ ଶାଖା ସଭାପତି ସାକଲାୟ ଟୁଡୁ, ପଞ୍ଚାୟତ ବୁଥ ସଭାପତି ସଭାପତି ମନୋରଞ୍ଜନ ମହାନ୍ତ, ଆଇଟି ସଂଯୋଜକ ଦିପୁ ମହାନ୍ତ, ଚନ୍ଦନ ମହାନ୍ତ, ଶମ୍ଭୁ ମହାନ୍ତ, କୁମୁଦୁନୀ ମହାନ୍ତ, ସୁଜାତା ମହାନ୍ତ, ରଶ୍ମିରେଖା ମହାନ୍ତ, ଝିଲିମଣି ମହାନ୍ତ, ଜୋଲି ମହାନ୍ତ, ସିପୁନ ମହାକୁଡ଼, ଶମ୍ଭୁ ମହାକୁଡ଼, ସତ୍ୟନାରାୟଣ ମହାନ୍ତଙ୍କ ସମେତ ୫୦ ରୁ ଉର୍ଧ୍ଵ ବିଜେପି ପାର୍ଟିର ଯୁବ ଓ ମହିଳା ସଂଗଠକ ମାନେ ସାମିଲ ହୋଇଥିଲେ, ସାମିଲ ହେବା ପରେ ସେମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା, ଆଗକୁ ଆହୁରି ବହୁ ବିଜେପି ସଂଗଠକ ମାନେ ସଂଗଠନରେ ସାମିଲ ହେବେ ବୋଲି ଜିଲ୍ଲା ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |