Img 20240530 Wa0016

ବିଶିଷ୍ଟ ସମାଜସେବୀ ଗୋପାଲ ଵେଶ୍ରାଙ୍କ ଵିଜେଡି ଘର ବାହୁଡ଼ା

Politics State

ବାରିପଦା – ବିଶିଷ୍ଟ ସାମାଜିକ କର୍ମୀ,ସମାଜସେବୀ ,ସେବା ନିବୃତ କେନ୍ଦ୍ର ସରକାରଙ୍କ ଏଜି ଆକାଉଣ୍ଟାଣ୍ଟ ବରିଷ୍ଠ ଅଧିକାରୀ ଆଜି ସଂନ୍ଧ୍ୟାରେ ରାଇରଙ୍ଗପୁର ବିଜେଡି କାର୍ଯ୍ୟାଳୟରେ ବିଜେଡି ମିଶ୍ରଣ ପର୍ବରେ ବିଜେଡିରେ ନିଜକୁ ସମର୍ପିତ କରିଛନ୍ତି । ଚାକିରି ରୁ ବିରତ ହେଲାପରେ ସେ ତିରିଂଅଂଚଳୟେ ସୁର୍ମି ଧର୍ମି ଅଣ ରାଜନୈତିକ ସଂଗଠନ କରି ସେ ଅତିରିଂ ଅଂଚଳରେ ବହୁ ଜନହିତକର କାମ ଅଦ୍ୟାବଧି କରି ଆସୁଛନ୍ତି ।ତଦସହ ଆଦିବାସୀ ଵେଶ୍ରା ସମାଜର ସେ ସଂପାଦକ ଦାୟିତ୍ଵ ତୁଲାଉଛନ୍ତି ।ସେ ମଧ୍ୟ ଜଣେ କ୍ରୀଡ଼ା ସଂଗଠକ ।କିଛି ମାସ ତଳେ ସେ ବିଜେଡିରୁ ଯାଇଚ ବିଜେପିରେ ସାମିଲ ହୋଇଥିଲେ । କିଛିଦିନ ତଳେ ସେ ବିଜେପି ଦଳ ତ୍ୟାଗ କରିଥିଲେ ।ଆଜି ସେ ବିଧିବଦ୍ଧ ଭାବେ ବିଜେଡି କାର୍ଯ୍ୟାଳୟରେ ମୁଖ୍ୟ ଅତିଥି ତଥା ରାଇରଙ୍ଗପୁର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ରାଇରଙ୍ଗପୁର ବିଜେଡି ପର୍ଯ୍ୟବେକ୍ଷକ ତଥା ସୁନ୍ଦରଗଡ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂ,ଯୁବ ବିଜେଡ଼ି ସଭାପତି ଅଭିଷେକ ପଟ୍ଟନାୟକ, ରାଜ୍ୟ ଯୁବ ବିଜେଡ଼ି ସଂପାଦକ ଗଣେଶ ମିଶ୍ର , ସମାଜସେବୀ କ୍ରୀଷ୍ଣା ଶର୍ମା ତଥା ସମସ୍ତଙ୍କ ଉପସ୍ଥିତ ରେ ବିଜେଡି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ ।ଅତିଥିଗଣ ତାଙ୍କୁ ପୁଷ୍ପମାଲ୍ଯ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଵିଜେଡି ଦଳ ତାଙ୍କୁ ବିନା ସର୍ତ୍ତରେ ଘର ବାହୁଡ଼ା ରେ ଖୁସିରେ ଗ୍ରହଣ କରି ଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।ଦଳ ତାଙ୍କୁ ଯେଉଁ ଦାୟିତ୍ଵ ଦେଵ ସେ ତାହା ନିଷ୍ଠାର ସହ ତୁଲାଇବେ ।