Photo1

ବନ୍ତରେ କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ମାରାଥନ୍ ପ୍ରଚାର

Politics State
  • ୪୦ ହଜାର ଭୋଟ ବ୍ୟବଧାନରେ ବିଜୟୀ ହେବେ ସଂଜୀବ: ପାଣ୍ଡିଆନ

ଆଗରପଡ଼ା :ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଭଦ୍ରକ ଲୋକସଭା କ୍ଷେତ୍ରର ଭଣ୍ଡାରିପୋଖରୀ ନିର୍ବାଚନ ମଣକୀ ଅନ୍ତର୍ଗତ ବନ୍ତ ବ୍ଲକ ଗଭରପୁର ଖେଳ ପଡ଼ିଆରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ବିଧାୟକ ପ୍ରାର୍ଥୀ ସଂଜୀବ ମଲ୍ଲିକ ଓ ସାଂସଦ ପ୍ରାର୍ôଥନୀ ମଂଜୁଲତା ମଣ୍ଡଳଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାଇବା ସହ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ । ସେ ତାଙ୍କ ଅଭିଭାଷଣ ଆରମ୍ଭ କରିବାକୁ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ବାବା ଆଖଣ୍ଡଳମଣୀ ଓ ମା’ଭଦ୍ରାକାଳୀଙ୍କ ଆଶୀର୍ବାଦ କାମନା କରିଥିଲେ । ପରେ ଉପସ୍ଥିତ ଜନସାଧାରଣଙ୍କୁ ବିଳମ୍ବରେ ସଭା ସ୍ଥଳୀରେ ପହଂଚିଥିବାରୁ କ୍ଷମା ମାଗିଥିଲେ । ଏବଂ ଆସନ୍ତା ନିର୍ବାଚନ ପରେ କିଏ ମୁଖ୍ୟମନ୍ତୀ ହେବେ,କିଏ ସାଂସଦ ହେବେ ଓ କିଏ ବିଧାୟକ ଭାବେ ନିର୍ବାଚିତ ହେବେ ବୋଲି ଉପସ୍ଥିତ ଜନସାଧାରଣଙ୍କୁ ପ୍ରଶ୍ନ କରିଥିଲେ । ଏବଂ ପରେ ଆପଣମାନଙ୍କ ଆଶୀର୍ବାଦରୁ ଆସନ୍ତା ଜୁନ୍ ୯ ତାରିଖରେ ଆପଣଙ୍କ ପ୍ରିୟ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏବଂ ମୁଖ୍ୟମନ୍ତ୍‌ୀ ଭାବେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାରଙ୍କ ପାଇଁ ବିଜୁଳି ବିଲ୍ ଛାଡ଼ କରିବେ । ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ଡ଼ର ସୁବିଧା ସମସ୍ତଙ୍କୁ ପ୍ରଦାନ କରିବେ । ମିଶନ ଶକ୍ତି ମା’ ମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍‌ସନ୍ ଯୋଜନା ଲାଗୁ କରିବେ । ଯୁବପିଢୀଙ୍କୁ ସଶକ୍ତ କରିବା ପାଇଁ ନୂଆ ଓଡ଼ିଶା ଗଠନ କରିବେ । ଏହିପରି ଆହୁରି ଅନେକ ଯୋଜନାରେ ଓଡ଼ିଶାକୁ ସମୃଦ୍ଧ କରିବେ । ବିଜେପିର ମିଛ ପ୍ରତିଶ୍ରୁତିରୁ ଜନସାଧାରଣଙ୍କ ବୋଝ ବଢିବାରେ ଲାଗିଛି । ତେଣୁ ଆପଣମାନେ ନିଜ ବୋଝକୁ ହାଲ୍‌କା କରିବାକୁ ନବୀନ ବାବୁ ଓ ତାଙ୍କ ଦଳକୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ସେ ନିବେଦନ କରିଥିଲେ ।

ଏଥି ସହିତ ବିଧାୟକ ପ୍ରାର୍ଥୀ ସଂଜୀବ ଉଣ୍ଡାରିପୋଖରୀ ଓ ବନ୍ତ ଅଂଚଳର ବିକାଶ ପାଇଁ ଦେଇଥିବା ବିଭିନ୍ନ ଯୋଜନାର ପ୍ରସ୍ତାବକୁ ନବୀନ ସରକାର ବିଜୟୀ ହେଲେ କାର୍ଯ୍ୟକାରୀ କରିବାର ସମସ୍ତ ପ୍ରୟାସ କାରୀ ରଖିବେ ବୋଲି କହିଥିଲେ । ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଶ୍ରୀ ପାଣ୍ଡିଆନ ପ୍ରଥମେ ବନ୍ତ ଡାଟ ପଡ଼ିଆରେ ପଂହଚିବା ପରେ ସେଠାରୁ ଏକ ଶୋଭା ଯାତ୍ରାରେ ସଭା ପଡ଼ଆକୁ ଯାଇଥିଲେ । ସଭା ସ୍ଥଳରେ ଦଳୀୟ କର୍ମକର୍ତ୍ତାଙ୍କ ଦ୍ୱାରା ତାଙ୍କୁ ବିପୁଳ ପରିମାଣରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସଭାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଂଜୀବ ମଲ୍ଲିକ ନିଜ ବକ୍ତବ୍ୟରେ ଶ୍ରୀ ପାଣ୍ଡିଆନ୍‌୍ ନିଜ କାର୍ଯ୍ୟଶୈଳୀ ଯୋଗୁଁ କେବଳ ଓଡ଼ିଶାରେ ନୁହେଁ ଭାରତବର୍ଷରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବୋଲି କହିଥିଲେ । ଭଦ୍ରକ ବିଧାୟକ ଭାବେ ମୋର କାର୍ଯ୍ୟଶୈଲୀରେ ଖୁସି ହୋଇ ଶ୍ରୀ ପାଣ୍ଡିଆନ ଓ ନବୀନ ସାର ଭଣ୍ଡାରିପୋଖରୀରୁ ପ୍ରାର୍ଥୀ କରାଇଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଜନସାଧାରଣଙ୍କୁ ତାଙ୍କୁ ବିଜୟ କରାଇବାକୁ ନିବେଦନ କରିଥିଲେ । ସାଂସଦ ପ୍ରାର୍ôଥନୀ ମଂଜୁଲତା ମଣ୍ଡଳ ମଧ୍ୟ ତାଙ୍କ ସପକ୍ଷରେ ଭୋଟ ଦେବା ପାଇଁ ନିବେଦନ କରିବା ସହ ବିଜୁ ଜନତା ଦଳକୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାଇ ନବୀନଙ୍କ ହାତ ମୁଠାକୁ ଟାଣ କରାଇବାକୁ ନିବେଦନ କରିଥିଲେ । ଏହି ସଭାରେ ବନ୍ତ ଓ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରୁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ଜିଲ୍ଲା ଉପସଭାପତି ପ୍ରଶାନ୍ତ ଦାଶ,ବନ୍ତ ପଂଚାୟତ ସମିତି ଅଧ୍ୟକ୍ଷ ମନୋରଜଂନ ଘଡ଼େଇ,ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟ ସାଧନ ବେଜ,ବ୍ଲକ ଛାତ୍ର ସଭାପତି ପ୍ରଣବ ଲେଙ୍କା,ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ନେତା ବିପିନ ବିହାରୀ ,ରାଜ୍ୟ ସାଧାରଣ ସଂପାଦକ ସ୍ମୃତିରଞ୍ଜନ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ,ବ୍ଳକ ସଭାପତି ଲକ୍ଷ୍ମୀଧର ମହାନ୍ତିଙ୍କ ସମତେ ବିଭିନ୍ନ ପଂଚାୟତର ସରପଂଚ,ସମିତିସଭ୍ୟ ଓ ନେତୃବୃନ୍ଦଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।