Onn 3

ଆଜି ପାଳନ ହେଉଛି ପବିତ୍ର ବିଶ୍ୱକର୍ମା ପୂଜା

Religion and Cult State

ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ୍ ଆଜିର ଦିନରେ ପୂରା ଦେଶରେ ବିଶ୍ୱକର୍ମା ଜୟନ୍ତୀ ପାଳନ ହେଉଛି । ଏହି ଦିନ ଶିଳ୍ପକାରମାନେ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିଥାନ୍ତି । ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କର କୂଳଦେବତା ହେଉଛନ୍ତି ବିଶ୍ୱକର୍ମା । ପ୍ରତ୍ୟକ ବର୍ଷ ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତୀ ଦିନ ବିଶ୍ୱକର୍ମାଙ୍କ ପୂଜା କରାଯାଏ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସେ ସୃଷ୍ଟି ସର୍ଜନା କରିଥିଲେ । ସେ ସକଳ ଶିଳ୍ପକଳାର ଜନକ । ପ୍ରାଚୀନ କାଳରେ ମନ୍ଦିର, ଦେବତାମାନଙ୍କର ପ୍ରସାଦ ଓ ଅସ୍ତ୍ରଶସ୍ତ୍ର ଇତ୍ୟାଦି ନିର୍ମାଣ କରିଥିଲେ ବିଶ୍ୱକର୍ମା । ମାନ୍ୟତା ଅନୁସାରେ ଦୁନିଆର ପ୍ରଥମ ଇଞ୍ଜିନିୟର ଭଗବାନ ବିଶ୍ୱକର୍ମା । ବିଶେଷ କରି ଶିଳ୍ପ କାରଖାନା ମାନଙ୍କରେ ବିଶ୍ୱକର୍ମାଙ୍କର ପୂଜା କରାଯାଇଥାଏ । ପୂଜା କରିବା ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିଥାଏ । ଧନ ସମ୍ପତ୍ତିର ଅଭାବ ମଧ୍ୟ ରହିନଥାଏ ।