Ewq

ରହସ୍ୟ ଘେରରେ ନାରାୟଣଙ୍କ ମୃତ୍ୟୁ

State

ଆଗରପଡ଼ା :ବନ୍ତ ବ୍ଲକ ଆଗରପଡ଼ା ଥାନା ଅଧିନସ୍ଥ ଚାରିଗାଁ ପଂଚାୟତ ଅନ୍ତର୍ଗତ ଚକ୍ରାପାଢୀ ଗ୍ରାମର ପରମାନନ୍ଦ ନନ୍ଦୀଙ୍କ ପୁଅ ନାରାୟଣ ମୁମ୍ବାଇରେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ । ମୁମ୍ବାଇରୁ ପୁରୀ ଆସି ଜଗନ୍ନାଥଙ୍କୁ ଦର୍ଶନ କରି ଘରକୁ ଫେରୁଛନ୍ତି ବୋଲି ତାଙ୍କ ସାନଭାଇଙ୍କୁ ମୋବାଇଲ ଯୋଗେ କହିଥିଲେ । ମାତ୍ର ସେ ଘରକୁ ନ ପହଂଚିବାରୁ ଘର ଲୋକେ ତାଙ୍କ ମୋବାଇଲକୁ ବାରମ୍ବାର କଲ କରିଥିଲେ ମଧ୍ୟ ସେ କଲ ରିସିଭ କରି ନଥିଲେ । ପରେ ଖଡ଼ଗପୁର ଜିଆରପିଏସ ଏକ ଅପମୃତ୍ୟୁ ମାମଲା(୧୦୩/୨୪) ରୁଜ୍ଜୁ କରି ପରିବାରଙ୍କୁ ନାରାୟଣଙ୍କ ମୃତ ଦେହ ରେଳ ଧାରଣାରୁ ଠାବ କରାଯାଇଛି ବୋଲି ଖବର ପଠାଇଥିଲା । ନାରାୟଣଙ୍କ ପରିବାର ଅତ୍ୟନ୍ତ ଗରୀବ ଥିବାରୁ ତାଙ୍କ ମୃତଦେହ ସେଠାରୁ ଆଣିବା ପରିବାର ଲୋକଙ୍କ ପକ୍ଷେ ସମ୍ଭବ ନଥିଲା । ଗାଁର ଯୁବକଙ୍କ ପ୍ରଚେଷ୍ଟାରେ ସେଠାରୁ ଶବ ଅଣାଯାଇଥିଲା । ନାରାୟଣ ସେଦିନ ଜଗନ୍ନାଥ ଏକ୍ସପ୍ରେସରେ ଆସି ଘରକୁ ଆସିବା ପାଇଁ କହିଥିଲେ । କିନ୍ତୁ ସେ ଭଦ୍ରକ ଷ୍ଟେସନରେ ନ ଓହ୍ଲାଇ ଖଡ଼ଗପୁର ପର୍ଯ୍ୟନ୍ତ ଗଲେ କାହିଁକି? ସେ ମୁମ୍ବାଇରେ ଚାକିରୀ କରି ଟ୍ରେନରେ ଅନେକଥର ଘରକୁ ଆସଯାଅ କରିଛନ୍ତି । ତେଣୁ ସେ କେବେବି ଭଦ୍ରକ ଷ୍ଟେସନରେ ଓହ୍ଲାଇବା କଥା ତାଙ୍କର ଭୂଲ ହୋଇ ନଥିବ । ତାଙ୍କୁ କେହି ଜୋର ଜବରଦସ୍ତ ଅପହରଣ କରି ନେି ଜୀବନରୁ ମାରି ଦେଇ ନାହିଁତ ବୋଲି ଘର ଲୋକଙ୍କ ସନ୍ଦେହ ହେଉଛି । ତେଣୁ ସେମାନେ ଏହାର ବିଧିବଦ୍ଧ ତଦନ୍ତ ପାଇଁ ଦାବି କରିଛନ୍ତି ।