Photo

ବନ୍ଧୁକ ମୂନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

State

ଆଗରପଡ଼ା :ବନ୍ତ ବ୍ଲକ ଆଗରପଡ଼ା ଥାନା ଅଧିନସ୍ଥ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ତୁଳସୀପୁର ଗ୍ରାମର ସୁବାସ ପଣ୍ଡା ଓ ତାଙ୍କ ପତ୍ନୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଟଙ୍କା ୪ଜଣ ଦୁବୁର୍ତ୍ତ ଲୁଟି ନେଇଥିବାର ଜଣାପଡ଼ିଛି । ଖବର ପାଇ ଆଗରପଡ଼ା ପୁଲିସ ସାଇଣ୍ଟିଫିକ ଟିମ୍ ସହ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ;ଗତ ଗୁରୁବାର ବିଳମ୍ବିତ ରାତିରେ ସୁବାସଙ୍କ ବାସଗୃହ କବାଟକୁ କେହି ଠକ୍‌ଠକ୍ କରୁଥିବାର ଶୁଶି ସୁବାସ କବାଟକୁ ଖୋଲିଥିଲେ । ପରେ ତତ୍‌କ୍ଷଣାତ ଜଣେ ମୁଖା ପିନ୍ଧା ବ୍ୟକ୍ତି ତାଙ୍କୁ ବନ୍ଧୁକ ଦେଖାଇ ଓ ହାତରେ ଗୁପ୍ତି ଧରିଥିବା ଅନ୍ୟ ଜଣେ ତାଙ୍କ ପତ୍ନୀଙ୍କୁ ଭୟଭୀତ କରାଇ ଆଲମୀରା ଚାବି କାଠି ମାଗିଥିଲେ । ଚାବିକାଠି ପାଇବା ପରେ ଅନ୍ୟ ୨ଜଣ ଦୁବୁର୍ତ୍ତ ସମସ୍ତ ସୁନା,ରୂପା ଆଦି ଗହଣା ସମେତ ଆଲମୀରାରେ ଥିବା ନଗଦ ଟଙ୍କା ନେଇ ପଲାଇଥିଲେ । ପୁଲିସ ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଦୁବୁର୍ତ୍ତଙ୍କ ପତ୍ତା ପାଇପାରିନାହିଁ । ଦୁବୁର୍ତ୍ତମାନେ ସମସ୍ତେ ମୁଖା ପିନ୍ଧିଥିବାରୁ ସେମାନଙ୍କୁ ସୁବାସ ଚିହ୍ନି ପାରିନଥିଲେ ସୁଦ୍ଧା ତାଙ୍କ କଥାବାର୍ତ୍ତାରୁ ସେମାନେ ସ୍ଥାନୀୟ ଅଂଚଳର ହୋଇଥାଇପାରନ୍ତି ବୋଲି ଅନୁମାନ କରୁଛନ୍ତି ।