ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବା ମାତ୍ରେ ରାଜ୍ୟ ରେ ରକ୍ତର ଅଭାବ ଦେଖା ଗଲାଣି । ବିଭିନ୍ନ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଯୋଗୁଁ ଅନେକ ଲୋକ ହନ୍ତସନ୍ତ ହେଉଛନ୍ତି । ଏହି ପରି ସମୟ ରେ ଓଡ଼ିଶା ରକ୍ତଦାତା ମହାସଂଘ ଆଗେଇ ଆସିଛି ରକ୍ତଦାନ ଶିବିର ଆୟୋଜନ କରି କିଛକାଂଶରେ ଲାଘବ କରିବା ପାଇଁ । ଏଦିଗରେ ସାହାଯ୍ୟର ହାତ ବଢ଼େଇଛନ୍ତି ସେଣ୍ଟ୍ରାଲ ଟୁଲ ଟ୍ରେନିଂ ସେଣ୍ଟର୍ ପଟିଆ, ଭୁବନେଶ୍ୱର । ଏକ ରକ୍ତଦାନ ଶିବିର ନିଜ ଅନୁଷ୍ଠାନରେ ଆୟୋଜନ କରିଛନ୍ତି । ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଉତ୍ସାହ ର ସହିତ ଯୋଗଦାନ କରି ଥିଲେ । ଏହି ଶିବିର ରୁ ୧୩୬ଟି ୟୁନିଟ ସଂଗ୍ରହ କରାଯାଇ ଥିଲା । ଶିବିର କୁ ଅନୁଷ୍ଠାନର ମୁଖ୍ୟ ଉଦଘାଟନ କରିଥିଲେ । ରାଜ୍ୟର ଦୁଇଟି ରକ୍ତ ଭଣ୍ଡାର ଯଥା କ୍ୟାପିଟାଲ ରକ୍ତ ଭଣ୍ଡାର ଓ ରେଡକ୍ରସ ଭୁବନେଶ୍ୱର୍ ରକ୍ତଭଣ୍ଡାର ଉଭୟଙ୍କ ମୁଖ୍ୟ ଡାକ୍ତର ଦେବାଶିଷ ମିଶ୍ର ଓ ଡାକ୍ତର ବେଉରା ଉପସ୍ଥିତ ରହି ଶିବିର କୁ ପରିଚାଳନା କରିଥିଲେ । ସିଟିଡ଼ିସି ଭୁବନେଶ୍ୱର ର ଶଶାଙ୍କ ସାହୁ, ଏସ କେ ରାଉତ ସମସ୍ତେ କାର୍ଯ୍ୟକ୍ରମ ସଫଳତା ଦିଗରେ କାର୍ଯ୍ୟକ୍ରମ କରି ଥିଲେ । ଓଡ଼ିଶା ରକ୍ତଦାତା ମହାସଂଘ ର ସମ୍ପାଦକ ତ୍ରିଲୋଚନ ଦାଶ ସମସ୍ତ ବ୍ୟବସ୍ଥା କୁ ସଞ୍ଚାଳନ କରିବା ସହିତ ଆଗାମୀ ଦିନ ରେ ସାରା ରାଜ୍ୟ ଏହି ଭଳି ଶିବିର ଆୟୋଜନ କରିବା ପାଇଁ କହି ଥିଲେ । ଶେଷରେ ରାଜ୍ୟ ସଂଯୋଜକ ସନ୍ତୋଷ କୁମାର ମହାନ୍ତି ମହାବିଦ୍ୟାଳୟ ର ସମସ୍ତ ଙ୍କୁ ଓ ଛାତ୍ର ଛାତ୍ରୀ ଙ୍କୁ ବହୁମୂଲ୍ୟ ରକ୍ତଦାନ ପାଇଁ ଧନ୍ୟବାଦ୍ ଜଣେଇ ଥିଲେ। ଆଗାମୀ ଦିନରେ ରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଗୁଡିକରେ ରକ୍ତଦାନ ଶିବିର ଆୟୋଜନ କୁ ନେଇ ଯୋଜନ କରାଯାଉଥିବା ମହାସଂଘ ସଭାପତି ଅକ୍ଷୟ କୁମାର ରାଉତ ପ୍ରକାଶ କରିଛନ୍ତି ।