ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୋଲିସକୁ ପୁଣି ମିଳିଛି ଆଉ ଏକ ବଡ଼ ସଫଳତା । ସର୍ଚ୍ଚ ଅପରେସନ ବେଳେ ବଡ଼ ଧରଣର ମାଓ ଡ଼ମ୍ପ ଉଦ୍ଧାର କରାଯାଇଛି । ଜବାଗାଟା ଜଙ୍ଗଲ ସୁରକ୍ଷାକର୍ମୀ ମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି ।
ଆଜି ସକାଳ ସମୟରେ ସିଆରପିଏଫ୍ ଏବଂ ଜିଲ୍ଲା ପୋଲିସ ମିଳିତ ଭାବରେ ମାଓ ଦମନ ଅପରେସନ ଯିବାବେଳେ ମାଓ ଡ଼ମ୍ପ ଜବତ କରିଥିଲେ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ବିପୁଳ ପରିମାଣର ବନ୍ଧୁକ ଏବଂ ବିସ୍ପୋରକ ସାମଗ୍ରୀ ମାଟି ତଳେ ଲୁଚାଇ ରଖିଥିଲେ ।
ଏହା ଜାଣିପାରି ସୁରକ୍ଷାକର୍ମୀମାନେ ମାଓବାଦୀଙ୍କ ଯୋଜନା ପଣ୍ଡ କରିଛନ୍ତି । ମାଓ ଡମ୍ପ୍ ରୁ ଦେଶୀ ବନ୍ଧୁକ, ଲୁହାର ସ୍ପାଇକ, ଟିଫିନ ବୋମା, ବିସ୍ଫୋଟକ ସାମଗ୍ରୀ, ବିଦ୍ୟୁତ୍ ତାର, ସୋଲାର ବ୍ୟାଟେରୀ ସମେତ ଅନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।