Img 20240715 Wa0292

ବନମହୋତ୍ସବ ଅବସରରେ ଚାରାରୋପଣ ଓ ସଚେତନତା ସଭା

State

ବାରିପଦା : ଜିଲ୍ଲା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ତରଫରୁ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବନମହୋତ୍ସବ ପାଳନ ଅବସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି ରାସେଶ୍ୱର ସାହୁ, ପ୍ରାକ୍ତନ ପୋଲିସ ଅଧିକ୍ଷକ ଦିଲ୍ଲୀପ କୁମାର ଦାସ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋକୁଳ ଚନ୍ଦ୍ର ଦାଶ, ଶିକ୍ଷକ ରତ୍ନାକର ତ୍ରିପାଠୀ ପ୍ରମୁଖ ବୃକ୍ଷର ମହତ୍ୱ ଓ ଆମ ଜୀବନରେ ଏହାର ଅବଦାନ ସମ୍ପର୍କରେ ପିଲାମାନଙ୍କୁ ବିଷଦ ଭାବରେ ବୁଝାଇଥିଲେ I ସମ୍ପାଦକ ବିଜୟ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଚାରାରୋପଣ ଓ ଏହାର ସୁରକ୍ଷା ସଂକ୍ରାନ୍ତ କାର୍ଯ୍ୟକ୍ରମରେ ସଂଘର ସହ ସମ୍ପାଦକ ପ୍ରଦୀପ କୁମାର ପାଣି, ସଭ୍ୟ ବସନ୍ତ ପାତ୍ର, ସନ୍ତୋଷ କୁମାର କାସ୍ତ, ପ୍ରଦୀପ କୁମାର ନାୟକ, ଗୌରହରି ପାତ୍ର ପ୍ରମୁଖ ଯୋଗ ଦେଇ ନିଜନିଜର ଭାବ ବ୍ୟକ୍ତ କରିଥିଲେ I ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କୁ ବୃକ୍ଷ ରୋପଣ ପାଇଁ ଉତ୍ସାହିତ କରିବା ଅବସରରେ ବୃକ୍ଷ ହିଁ ଜୀବନ, ପ୍ରତ୍ୟେକ ଗଛର କିଛି ନା କିଛି ଉପକାରିତା ଏବଂ ଔଷଧୀୟ ଗୁଣ ରହିଥିବାରୁ ସମସ୍ତେ ଅତିକମରେ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ପ୍ରତିଜ୍ଞା କରାଇଥିଲେ I ଶେଷରେ ବିଦ୍ୟାର୍ଥୀ ଓ ସଂଘର କର୍ମକର୍ତ୍ତା ମିଶି ବିଭିନ୍ନ ପ୍ରକାର ଫଳ ଚାରା ବିଦ୍ୟାଳୟ ପରିସରରେ ରୋପଣ କରିଥିଲେ I