Img 20240715 Wa0304

ବାହୁଡ଼ାଯାତ୍ରାରେ ଅବସରରେ ବାମନଘାଟୀ ବ୍ରାହ୍ମଣ ମହାସଭା ତରଫରୁ ଅନ୍ନପ୍ରସାଦ ବଣ୍ଟନ ସେବା

State

ବାରିପଦା: ଉତ୍ତର ଓଡ଼ିଶା ସିମାନ୍ତ ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ବାହୁଡ଼ାଯାତ୍ରାର ଆଜି ପ୍ରଥମ ଦିବସରେ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ତଥା ଵାମଘାଟୀ ଉପଖଣ୍ଡ ଆଖପାଖ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଲୋକାରଣ୍ୟ ହୋଇଛି । ଲୋକଙ୍କ ଉପସ୍ଥିତି ଆବାଳବୃଦ୍ଧବନିତା ଙ୍କ ଖାଇବା ପାଇଁ ନାନା ହଇରାଣ ହରକତ ଓ ଅସୁବିଧାରେ ପଡନ୍ତି । ଅନ୍ନ ସେବା ମହତ ସେବା । ବାମନଘାଟୀ ବ୍ରାହ୍ମଣ ମହାସଭା, ରାଇରଙ୍ଗପୁର ତରଫରୁ କିଛି ବର୍ଷ ହେଲା ଆଜି ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ପାଖରେ ଏକ ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ସେମାନଙ୍କ କହିବା ଅନୁଯାୟୀ ବ୍ରାହ୍ମଣ ମାନେ ଯେ କେବଳ ଦାନ ନିଅନ୍ତି ତାହା ନୁହେଁ ସେମାନେ ମଧ୍ୟ ଦାନ କରନ୍ତି । ପୂର୍ବାହ୍ନ ହ୍ନ ୧୧ ଘଟିବାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ପ୍ରସାଦ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ବାମନଘାଟୀ ବ୍ରାହ୍ମଣ ମହାସଭାର ସମସ୍ତ କାର୍ଯ୍ୟକର୍ତ୍ତା, ସଦସ୍ୟ,ସଦସ୍ୟା ବୃନ୍ଦ ପ୍ରମୁଖ ଯୋଗ ଦେଇ ଅନ୍ନ ପ୍ରସାଦ ବଣ୍ଟନ ପରିଚାଳନାରେ ସହଯୋଗ କରିଥିଲେ ।ପରେ ପରେ ରଥ କମିଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରିଥିଲେ । ତୃଷାର୍ତ୍ତ ଓ କ୍ଷୁଦାର୍ତ୍ତ ଶ୍ରଦ୍ଧାଳୁ ଅନ୍ନ ଖାଇ ଆତ୍ମସନ୍ତୋଷ କରିବା ସହ ଵାମନଘାଟୀ ବ୍ରାହ୍ମଣ ମହାସଭାର କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିଥିଲେ ।