Onn 3

ଶିକ୍ଷାଗତ ପ୍ରମାଣପତ୍ରରେ ଜାଲିଆତି, କାର୍ଯ୍ୟାନୁଷ୍ଠାନ ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କଠାରେ ଅଭିଯୋଗ

State

ଆଗରପଡ଼ା: ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନରେ ଶିକ୍ଷାଗତ ପ୍ରମାଣପତ୍ରରେ ଜାଲିଆତି କରି ଜନୈକ ଶିକ୍ଷୟିତ୍ରୀ ବଷଁବର୍ଷ ଧରି ଶିକ୍ଷକତା କରୁଥିବା ସୂଚନା ମିଳିବା ପରେ ଉକ୍ତ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୋଷ୍ଠୀଶିକ୍ଷାଧିକାରୀଙ୍କ ଠାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ; ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନ ତରାଗେ ନୋଡ଼ାଲ ୟୁପି ସ୍କୁଲରେ ଶିକ୍ଷକତା କରୁଥିବା ଶିକ୍ଷୟିତ୍ରୀ ତପସ୍ୱିନୀ ଜେନା ବର୍ଷ ୨୦୧୧ରେ ଶିକ୍ଷା ସହାୟିକା ଭାବେ ନିଯୁକ୍ତି ପାଇଥିଲେ । ସେ ନିଯୁକ୍ତି ସମୟରେ +୨ ସିଟି ପ୍ରମାଣପତ୍ର ପ୍ରଦାନ କରିଥିଲେ । ସାମ୍ବାଦିକ ବିନୋଦ ଧଳ ସାମନ୍ତଙ୍କ ଅଭିଯୋଗ ଅନୁଯାୟୀ; ସୂଚନା ଅଧିକାର ଆଇନ ବଳରେ ଶ୍ରୀ ସାମନ୍ତ ବର୍ତ୍ତମାନ ତରାଗେ ନୋଡ଼ାଲ ୟୁପି ସ୍କୁଲରେ ଶିକ୍ଷକତା କରୁଥିବା ଶିକ୍ଷୟିତ୍ରୀ ଶ୍ରୀମତି ଜେନାଙ୍କ ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର ମାଗିଥିଲେ । ଉକ୍ତ ତଥ୍ୟରୁ ଶ୍ରୀମତି ଜେନା ବର୍ଷ ୨୦୦୮ରେ +୨ରେ ପ୍ରଥମ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହେବାପରେ ଉକ୍ତ ପ୍ରମାଣପତ୍ରରେ ସିଟିରେ ନାମ ଲେଖାଇ ବର୍ଷ ୨୦୧୦ରେ ସିଟି ପରୀକ୍ଷାରେ ମଧ୍ୟ ପ୍ରଥମ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଥିବା ସେ ଜାଣିବାକୁ ପାଇଥିଲେ । କିନ୍ତୁ ଶ୍ରୀମତି ଜେନା ବର୍ଷ ୨୦୦୭ରେ ଆଗରପଡ଼ା କଲେଜରୁ +୨ ବିଜ୍ଞାନ ପରୀକ୍ଷାରେ ୨ୟ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଥିବାର ସୂଚନା ସେ ସୂଚନା ଅଧିକାର ଆଇନ ବଳରେ ଆଗରପଡ଼ା କଲେଜ ଜନ ସୂଚନା ଅଧିକାରୀଙ୍କ ଠାରୁ ପାଇଥିବା ସୂଚନାରୁ ଜାଣିବାକୁ ପାଇଥିଲେ ।

ତେଣୁ ଏଠାରେ ପ୍ରଶ୍ନ ଉଠେ ଶ୍ରୀମତି ଜେନା କିଭଳି ଭାବରେ ଦୁଇ ଦୁଇଟି +୨ ପ୍ରମାଣପତ୍ର ହାତେଇଲେ ଏବଂ ବର୍ଷ ୨୦୦୭ରେ ହାତେଇଥିବା ପ୍ରମାଣପତ୍ରରେ କମ୍ ନମ୍ବର ଥିବାରୁ ବର୍ଷ ୨୦୦୮ରେ ଆଉ ଏକ ପ୍ରମାଣପତ୍ର ହାତେଇ ଉକ୍ତ ପ୍ରମାଣପତ୍ରର ନମ୍ବରରେ ସିଟିରେ ନାମ ଲେଖାଇ ପରବର୍ତ୍ତୀ ସମୟରେ ଶିକ୍ଷକତା କରିପାରିଲେ । ଶ୍ରୀମତି ଜେନା ସରକାରଙ୍କ ନିୟମର ଖୋଲା ଉଲ୍ଲଂଘନ କରି ଜାଲ ଏସ୍‌ଏଲସି ମାଧ୍ୟମରେ ଭିନ୍ନଭିନ୍ନ ସମୟରେ ଭିନ୍ନିଭିନ୍ନ କଲେଜରେ ନାମ ଲେଖାଇ ଶିକ୍ଷାଗତ ପ୍ରମାଣପତ୍ର ସଂଗ୍ରହ କରି ୧୨ ବର୍ଷ ଧରି ସମସ୍ତ ତଥ୍ୟକୁ ଗୋପନ ରଖି ନିଜର ସ୍ୱାର୍ଥ ସାଧନା କରିବା ସହ ସରକାରୀ ଅର୍ଥକୁ ଲୁଟି ଚାଲିଛନ୍ତି । ତେଣୁ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶ୍ରୀମତି ଜେନାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ସାମନ୍ତ ବିଇଓଙ୍କ ଠାରେ ଲିଖିତ ଅଭିଯୋଗ କରିବା ସହ ଏହାର ଏକକିତା ନକଲ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରେରଣ କରିଥିବା ଜଣାପଡ଼ିଛି । ଅନୁରୂପ ଭାବେ ସୂଚନା ଅଧିକାର କର୍ମୀ ବିକାଶ ଧଳଙ୍କ ଅଭିଯୋଗ ଅନୁଯାୟୀ ବନ୍ତ ବ୍ଳକର ଚିନାମାଳି ପ୍ରାଇମେରୀ ସ୍କୁଲର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅର୍ଣ୍ଣପୂର୍ଣ୍ଣା ଦତ୍ତ ମଧ୍ୟ ଭିନ୍ନିଭନ୍ନ ସମୟରେ ଭିନ୍ନଭିନ୍ନ ଅନୁଷ୍ଠାନରୁ ଦୁଇ ଦୁଇଧର +୨କରି ଅଧିନ ନମ୍ବର ରଖିଥିବା ପ୍ରମାଣପତ୍ର ବଳରେ ସିଟି କରି ଶିକ୍ଷକତା କରୁଛନ୍ତି ।