Onn 3

ବଉଳା ଜୁନିଅର୍ କଲେଜରେ ଗୁରୁଦିବସ

State

ଆଗରପଡ଼ା:ବଉଳା ଜୁନିୟର୍ କଲେଜ ସୋସୋ ପରିସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁପୂଜନ ଉତ୍ସବ କଲେଜ ଅଧ୍ୟକ୍ଷ ତଥା ପ୍ରାଧ୍ୟାପକ ଶିବ ପ୍ରସାଦ ଖାମୁରାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପ୍ରଖ୍ୟାତ ଦାର୍ଶନିକ ତଥା ରାଷ୍ଟ୍ରନୀତିଜ୍ଞ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ସଭା ଉଦ୍‌ଘାଟନ ହୋଇଥିଲା । ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁବନ୍ଦନା ଓ ଗୁରପୂଜନ କାର୍ଯ୍ୟ ସଂପନ୍ନ ହୋଇଥିଲା ।

ସଭାପତି ତାଙ୍କ ବକ୍ତବ୍ୟରେ “ଗୁରୁଙ୍କର ଗୌରବ ପଦୋନ୍ନତି,ପୁରସ୍କାର କିମ୍ବା ସମ୍ବର୍ଦ୍ଧନାରେ ନଥାଏ,ଶିକ୍ଷକଙ୍କର ଗୌରବ ଥାଏ ଛାତ୍ରଙ୍କ ହୃଦୟରେ,ଭକ୍ତି,ଶ୍ରଦ୍ଧା ଓ ସମ୍ମାନରେ,ସମର୍ପଣ ଭାବରେ ,ଯେତେବେଳେଜଣେ ଶିକ୍ଷକର ପାଦଧୂଳି ଦେଶର ସବୌଚ୍ଚପଦାଧିକାରୀ ଛାତ୍ର ବିନାଦ୍ୱିଧାରେ ମୁଣ୍ଡରେ ମାରିପାରେ । ଭାରତବର୍ଷର ଏହି ମହାନ୍ ଗୁରୁ-ଶିଷ୍ୟର ପରମ୍ପରା ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଛି ।” ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଉଦୟ ନନ୍ଦ,ସଚ୍ଚୀନ୍ଦ୍ର ରାଉତରାୟ,ହୃଦାନନ୍ଦ ପାଣିଗ୍ରାହୀ,ବିଜୟ ମଲ୍ଲିକ,ହେମନ୍ତ ନାଥ,ଲୋପାମୁଦ୍ରା ଶା,କର୍ମଚାରୀ ଦୁର୍ଯୋଧନ ବାରିକ୍‌, ନାରାୟଣ ଚନ୍ଦ୍ର ରାଉତ,ଦୟାନିଧି ଦାସ,ଅନାମ ପଣ୍ଡିତ,ନିର୍ମଳା ନାଏକ ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ୨ୟ ବର୍ଷ କଳା ଛାତ୍ରୀ ନିରୂପମା ସୂତାର ଧନ୍ୟବାଦ ଅର୍ପଣ କରିଥିଲେ ।

Photo1 for the News of Gurudivas