Photo

ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଉଦ୍‌ଯାପିତ

State

ବାରିପଦା : ପ୍ରତିବର୍ଷପରି ଚଳିତ ବର୍ଷ ମଧ୍ୟ ଶ୍ରୀ ରାଧାମୋହନ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରୀଜଗନ୍ନାଥ ଭକ୍ତ ସମାଜ ତରଫରୁ ଗତ ତା.୧୦/୦୭/୨୦୨୪ରିଖ ଠାରୁ ଚାଲିଥିବା ମାନବ ଧର୍ମ ସମ୍ପର୍କୀୟ ଆଧ୍ୟାତ୍ମିକ ପ୍ରବଚନ ଉଦ୍‌ଯାପିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ ଭାଗବତ ପଣ୍ଡା ସ୍କନ୍ଦ ପୁରାଣ ଆଧାରିତ ଶ୍ରୀ ଜଗନ୍ନାଥଙ୍କ ମାନବୀୟ ଲୀଳା ତଥା ଦାରବୀତନୁ ଧାରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ମାନସକେଳି କଲ୍ଲୋଳ ପଣ୍ଡିତ ହୃଦାନନ୍ଦ ସାହୁ ଶ୍ରୀରାମଚରିତମାନସର ଅରଣ୍ୟ କାଣ୍ଡ ଉପରେ ତାତ୍ୱିକ ପ୍ରବଚନ ପ୍ରଦାନ କରିଥିଲେ । ଉଦ୍‌ଯାପନ ଉତ୍ସବରେ ଉ ବର୍ଷ ମଧ୍ୟ ଭକ୍ତ ସମାଜ ତରଫରୁ ଅମ୍ରିତ କୁମାର ମିଶ୍ର, ଦେବକାନ୍ତ ପଣ୍ଡା, ଦେବାଶିଷ ପଣ୍ଡା, ପ୍ରଦୀପ କୁମାର ପଣ୍ଡା, କାମେଶ୍ୱର ତ୍ରିପାଠୀ, ସୁନୀଲ କୁମାର ପଣ୍ଡା ଓ ଚଣ୍ଡି ପ୍ରସାଦ ଦାସ ପ୍ରମୁଖ ସେବକଙ୍କୁ ମାନପତ୍ର, ଉତ୍‌ତରୀୟ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସୁଲଳିତ ଭଜନ ପରିବେଷଣ ପାଇଁ ଅଧ୍ୟାପକ ପ୍ରଦୀପ କୁମାର ଦତ ଓ ଶ୍ରୀହରୀ ଦତଙ୍କୁ ଗାୟକ ଭାବେ ତଥା ମୃଦଙ୍ଗ ବାଦକ ଭାବେ ଗୋପାଳ ଚନ୍ଦ୍ର ଦତ ଓ ତୋଫାନ ସିଂ ଏବଂ ଶ୍ରୀ ପାଳିଆ ଭାବେ ଗୋବର୍ନ୍ଧନ ସିଂ ଓ ଭବାନୀ ଶଙ୍କର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଶିଷ୍ଟ ଗାୟକ ଉମେଶ ଚନ୍ଦ୍ର ବାରିକଙ୍କୁ ଗାୟକ ରତ୍ନ ଉପାଧି ପ୍ରଦାନ ପୂର୍ବକ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଜୟ କୁମାର ମହାନ୍ତିଙ୍କୁ ଭାଗବତରତ୍ନ ଉପାଧି ପ୍ରଦାନ ପୂର୍ବକ ମାନପତ୍ର ଓ ଉତ୍‌ତରୀୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରବାଚକ ଭାଗବତ ପଣ୍ଡା ସଂଚାଳନ କରିଥିବା ବେଳେ ବିଜୟ କୁମାର ମହାନ୍ତି ପ୍ରାରମ୍ଭିକ ବକ୍ତବ୍ୟ ଓ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଶହ ଶହ ଶ୍ରଦ୍ଧାଳୁ ଭକ୍ତ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ପ୍ରବଚନ କାର୍ଯ୍ୟକ୍ରମକୁ ଶ୍ରବଣ କରିଥିଲେ ।