Photo1 For The News Of Bahudayatra

ଆଗରପଡ଼ାରେ ବାହୁଡ଼ାଯାତ୍ରା

State

ଆଗରପଡ଼ା :ଜିଲ୍ଲାରେ ଅନ୍ୟତମ ସର୍ବପୁରାତନ ପ୍ରସିଦ୍ଧ ବାହୁଡ଼ାଯାତ୍ରା ଆଗରପଡ଼ା ଠାରେ ସ୍ୱତନ୍ତ୍ର ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ମାଉସୀମା ମନ୍ଦିରରେ ପୁଜାର୍ଚ୍ଚନା ବ୍ରାହ୍ମଣମାନଙ୍କ ଦ୍ୱାରା କରାଯାଇଥିଲା । ଅପରାହ୍ନରେ ଶ୍ରୀଜୀଉମାନଙ୍କୁ ପହଣ୍ଡିରେ ଅଣାଯାଇ ରଥାରୂଢ କରାଯାଇଥଥିଲା । ଠାକୁର ରାଜାଙ୍କ ବଡ଼ପୁଅ ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହ ଛେରାପହଁରା କରିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ସନ୍ଧ୍ୟା ସୁଦ୍ଧା ରଥ ଶ୍ରୀମନ୍ଦିରରେ ପହଂଚିଥିଲା । ପରେ ପ୍ରଭୂମାନେ ରତ୍ନବେଦୀକୁ ଯାଇଥିଲେ । ବାହୁଡ଼ା ଯାତ୍ରା ପାଇଁ ସମଗ୍ର ଅଂଚଳରେ ଏକ ଅପୂର୍ବ ଧାର୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଭକ୍ତମାନଙ୍କ ଜୟ ଜଗନ୍ନାଥ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା । ପାଗ ପ୍ରତିକୁଳ ଥିବା ସତ୍ୱେ ବିଭିନ୍ନ ଅଂଚଳରୁ ବହୁ ଭକ୍ତମାନଙ୍କ ସମାଗମ ହୋଇଥିଲା । ଥାନା ଆଇଆଇସିଙ୍କ ନେତୃତ୍ୱରେ ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲା । ଅଗ୍ନିଶମ ଅଧିକାରୀ ସହ ଅନ୍ୟ ଆଗ୍ନିକମାନେ ଉପସ୍ଥିତ ଥିଲେ ।