88093594 2336 4574 8583 A5dd067abb64 750x430 1.jpeg

ଖେଳୁଥିବା ବେଳେ ଖସିପଡ଼ିଲେ; ୧୧ଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

State

 

ଦେଓଗାଁ: ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ଦେଓଗାଁ ଠାରେ ଷଣ୍ଢ ରାଜୁତି ଯୋଗୁଁ ତିନୋଟି ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। କିନ୍ତୁ ଖୁସିର ବିଷୟ ଯେ, ସମ୍ବଲପୁରରୁ ମା’ ସମଲେଇ ଦର୍ଶନ କରି ଫେରୁଥିବା ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ଏଟିଏମ ଛକ ନିକଟରେ ଆଜି ରାତି ୮ଟାରେ ଏହି ଅଘଟଣ ଘଟିଛି। ସମ୍ବଲପୁରରେ ସମଲେଇ ଦର୍ଶନ ସାରି ଫେରୁଥିବା ବୋଲେରୋ (ଓଡି ୦୮ଇ-୫୬୯୩) ଆଗରେ ଯାଉଥିବା ଆମ୍ବୁଲାନ୍ସ (ଓଡି ୦୩ ପି୮୦୬୨) ଧକ୍କା ଦେଇଥିଲା। ଏହି ସମୟରେ ସେଠାରେ ଅନ୍ୟ ଏକ ଗାଡି ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା। ଏହି ଦୁର୍ଘଟଣା‌ରେ କୌଣସି କ୍ଷୟକ୍ଷତି ହୋଇ ନାହିଁ। ଏନେଇ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ସମସ୍ତ ପଞ୍ଚାଯତରୁ ଗୋଟିଏ ଲେଖାଏଁ ବାଲେରୋରେ ଯାତ୍ରୀମାନଙ୍କୁ ନେଇ ସମଲେଇ ପ୍ରକଳ୍ପ ଦେଖିବା ପାଇଁ ଯାଇଥିଲା। ହେଲେ ଫେରୁଥିବା ସମୟରେ ଗୋଟିଏ ଷଣ୍ଢ ଜାତୀୟ ରାଜପଥ ଉପରେ ଛିଡା ହୋଇଥିବାରୁ ତାକୁ ବଞ୍ଚାଇ ବାକୁ ଯାଇ ଗାଡ଼ିଟି ଦୁର୍ଘଟଣା ଗ୍ରସ୍ତ ହୋଇଛି ବୋଲି ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି।