Sambalpuer W3

ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧ୍ୟାପକଙ୍କ ଘରେ ରେଡ୍, ନାକ୍ ରେଟିଂ ବଢ଼ାଇବା ପାଇଁ ଲାଞ୍ଚ ଅଭିଯୋଗ

State

ସମ୍ବଲପୁର: ପ୍ରଫେସରଙ୍କ ଘରେ ସିବିଆଇ । ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଫେସରଙ୍କ ଘରେ ରେଡ୍ ହୋଇଛି ।  ଆଜି ସିବିଆଇ ଟିମ୍ ବୁଲୁ ମହାରଣାଙ୍କ ଘରେ ପହଞ୍ଚି ତଦନ୍ତ କରିଛନ୍ତି । ଏହି ଯାଞ୍ଚ ଟିମରେ ୫ ଜଣ ଅଧିକାରୀ ରହିଛନ୍ତି ।  ଦୀର୍ଘ ଦୁଇ ଘଣ୍ଟା ଧରି ପ୍ରଫେସର ବୁଲୁ ମହାରଣାଙ୍କ ଘରେ ତଦନ୍ତ କଲା ପରେ ସିବିଆଇ ଟିମ ଜ୍ୟୋତି ବିହାର ସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନିକଟକୁ ଆସିଛନ୍ତି । ଦୁଇ ଘଣ୍ଟା ଭିତରେ ସିବିଆଇ ଟିମ ବିଭିନ୍ନ କାଗଜ ପତ୍ର ଜବତ କରିଛି ।  ୫ ଜଣ ସିବିଆଇ ଅଧିକରୀ ଥିବା ବେଳେ ଜଣେ ବିଶ୍ୱବିଦ୍ୟାଳୟ କର୍ମଚାରୀ ରହିଥିଲେ।  ସେପଟେ ବୁଲୁ ମହାରଣାଙ୍କ ଘରୁ ସେପରି କିଛି ମିଳିନଥିବା ତାଙ୍କ ଭାଇ କହିଛନ୍ତି । କେବଳ କିଛି କାଗଜ ପତ୍ର ନେଇଛନ୍ତି ।

ଗତ ୧ ତାରିଖରେ ସିବିଆଇ ଟିମ୍ ପହଞ୍ଚି ତାଙ୍କ ଘରକୁ ସିଲ୍ କରିଦେଇଥିଲେ ।  ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର ଏକ ଶିକ୍ଷାନୁଷ୍ଠାନର ନାକ୍ ରେଟିଂ ବଢ଼ାଇବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା ।  ଏହି ଘଟଣାରେ ୧୦ଜଣଙ୍କୁ ଗିରଫ କରାଯାଇଥିଲା ।  ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଥିଲେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ପ୍ରଫେସର ତଥା NAAC କମିଟିର ସଦସ୍ୟ ଡକ୍ତର ବୁଲୁ ମହାରଣା  ।