Photo2 For The News Of Mock Drill

ଚାରିଗାଁ ବହୁମୁଖୀ ବନ୍ୟାଶ୍ରୟ ସ୍ଥଳୀରେ ମକ୍‌ଡ୍ରିଲ୍‌

State

ଆଗରପଡ଼ା :ବନ୍ତ ବ୍ଲକ ଚାରିଗାଁ ପଂଚାୟତ ଅନ୍ତର୍ଗତ ଚାରିଗାଁ ବହୁମୁଖୀ ବନ୍ୟା,ବାତ୍ୟା ଆଶ୍ରୟ ସ୍ଥଳୀରେ ବିପର୍ଯ୍ୟୟ ପ୍ରସ୍ତୁତି ସଂକ୍ରାନ୍ତିୟ ମକ୍‌ଡ୍ରିଲ୍ କାର୍ଯ୍ୟକ୍ରମ ପରିଚାଳନା କମିଟି ସଭାନେତ୍ରୀ ତଥା ସରପଂଚ ଗୀତିକା ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୩୬୫୦(ଜରୁରୀ)ତା୧୯/୬/୨୪ ଆଦେଶ ମୂଳେ ପରିଚାଳନା କମିଟି ସମ୍ପାଦକ ରାମଚନ୍ଦ୍ର ସାହୁଙ୍କ ସଂଯୋଜନାରେ ମକ୍‌ଡ୍ରିଲ୍ କାର୍ଯ୍ୟକ୍ରମକୁ ସରପଂଚ ଗୀତିକା ଭୋଇ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବନ୍ତ ବ୍ଲକ ଉନ୍ନୟନ ଅଧିକାରୀ ପ୍ରଦୀପ ସେଠୀ ଯୋଗ ଦେଇ ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତିର ଆବଶ୍ୟକତା ଏବଂ ଜରୁରୀ ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା ବିଷୟରେ ଆଲୋଚନା କରିଥିଲେ । ଊକ୍ତ ଆଲୋଚନାରେ ଆଗରପଡ଼ା ଅଗ୍ନିଶମ ଅଧିକାରୀ ଉପେନ୍ଦ୍ରନାଥ ସିଂହ ଅଂଶଗ୍ରହଣ କରି ବିସ୍ତୃତ ମକ୍‌ଡ୍ରିଲ୍ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମିତିସଭ୍ୟ ଧରଣୀଧର କର ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ପୂର୍ବତନ ସରପଂଚ ବନମାଳୀ ବେହେରା ଯୋଗଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନକୁ ନେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ପିଇଓ ବୀରକିଶୋର ନାୟକ,ଜିଆରଏସ ସୁବୋଧ ରାଉତ,ୱାର୍ଡ଼ ସଭ୍ୟା ଜାନକୀ ଯେନା,ପୂର୍ବତନ ୱାର୍ଡ଼ ସଭ୍ୟ ଅନାଥ ଚରଣ ଯେନା,ପ୍ରଶାନ୍ତ ଦାଶ,ରମେଶ ଯେନା,ରଜଂନ ସାହୁ,ରବିନ୍ଦ୍ର ଯେନା,ଆନନ୍ଦ ଚରଣ ଯେନା,ଜଗନ ଯେନା,ନକୁଳ ସାହୁ,ଲକ୍ଷ୍ମଣ ସାହୁ,ବିଶୁ ଯେନା,ବିନୟ ଯେନା ପ୍ରମୁଖ ସ୍ୱେଚ୍ଛାସେବୀ ଏବଂ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

Photo1 For The News Of Mock Drill