Img 20240818 Wa0231

ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ମୟୁରଭଞ୍ଜ ଗସ୍ତ

State

ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ନବଭାରତ ସ୍ଵାକ୍ଷରତା କାର୍ଯ୍ୟକ୍ରମର ତଦାରଖ ପାଇଁ ଆସିଥିବା ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ନାୟକ ଶୁକ୍ରବାର ଦିନ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ I ଶନିବାର ଦିନ ବାରିପଦା ବ୍ଲକ ଅନ୍ତର୍ଗତ ଭାଗବତ ଚନ୍ଦ୍ର ପୁର ଗ୍ରାମପଂଚାୟତର କୋଳଥବଣୀ ଗ୍ରାମ ୯ ନଂ ୱାର୍ଡ ସ୍ଥିତ ନବଭାରତ ସ୍ଵାକ୍ଷରତା ଅଭିଯାନ କେନ୍ଦ୍ରର ପରିଦର୍ଶନ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସ୍ବେଛାସେବୀ, ଶିକ୍ଷକ ଓ ଶିକ୍ଷାର୍ଥୀ ମାନଙ୍କୁ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିବା ସହ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ I ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶଶୀଧର ସିଂ ଓ ପବିତ୍ର ମୋହନ ବାରିକ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ମଧ୍ୟ କାର୍ଯ୍ୟକ୍ରମର ରୂପରେଖ ବିଷୟରେ ମନ୍ତବ୍ୟ ପ୍ରଦାନ କରିଥିଲେ I ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ତପସ୍ୱିନୀ ଦାଶ ଶିକ୍ଷାର୍ଥୀ ମାନଙ୍କୁ “ଉଲ୍ଲାସ” ପୁସ୍ତକ ପ୍ରଦାନରେ ସହଯୋଗ କରିଥିଲେ I ଏହି କାର୍ଯ୍ୟକ୍ରମକୁ ସାରା ଜିଲ୍ଲାରେ ସଫଳ କରିବା ପାଇଁ ଆଗେଇ ଆସିଥିବା ମାଆ ଅମ୍ବିକା ମହିଳା ମହାମଣ୍ଡଳର ପଦକ୍ଷେପକୁ ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶକ ବେଶ ପ୍ରଶଂସା କରିଥିଲେ I