Photo For The News Of Hati

ଦନ୍ତାହାତୀ ମୃତ ଦେହ ଠାବ

State

ଆଗରପଡ଼ା :ଗତ କିଛି ବର୍ଷ ଧରି ଜଙ୍ଗଲକୁ ନ ଯାଇ ଆଗରପଡ଼ାର ପାଟକନା,ରାଉତରାପୁର,ସୋସୋ,କାନପୁର ଆଦି ଅଂଚଳର ସାଳନ୍ଦୀ ନଦୀକୂଳିଆ ଗାଁ ଗୁଡ଼ିକରେ ରହି ଆତଙ୍କ ଖେଳାଉ ଥିବା ଦନ୍ତାହାତୀର ମୃତଦେହ ବୁଧବାର ସୋସୋ ନିକଟରେ ପଡ଼ି ରହିଥିବାର ଦେଖିବାକୁ ମିଳିଥିଲା । ଏହି ଖବର ପ୍ରଚାରିତ ହେବାପରେ ମୃତ ହାତୀକୁ ଦେଖିବାପାଇଁ ଲୋକଙ୍କ ଭିଡ଼ ଜମିଥିଲା । ହାତୀଟି ସୁସ୍ଥ ସବଳ ରହିଥିବା ବେଳେ ତା ଦେହରେ କୌଣସି କ୍ଷତର ଚିହ୍ନ ପରିଲକ୍ଷିତ ହୋଇନଥିଲା । ମାତ୍ର ସେହିପରି ସ୍ଥଳେ ହାତୀଟିର ଅସ୍ୱାଭାବିକ ମୃତ୍ୟୁକୁ ନେଇ ସମସ୍ତେ ସନ୍ଦେହ ପ୍ରକଟ କରୁଛନ୍ତି । ଏହି ଘଟଣା ତଦନ୍ତ ସାପେକ୍ଷ ବୋଲି ଲୋକେ ମତାମତ ଦେଉଛନ୍ତି । ବନ କର୍ମଚାରୀ ମୃତଦେହକୁ ଜଗି ରହିଛନ୍ତି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।