Img 20240619 Wa0316

ପଞ୍ଚମ ବାରିପଦା ସୋପିଂ ଫେଷ୍ଟିଭାଲ ଉଦଯାପିତ

State

ବାରିପଦା: ସ୍ଥାନୀୟ ଛଉ ପଡିଆ ଠାରେ ଅନୁଷ୍ଠିତ ପଞ୍ଚମ ବାର୍ଷିକ ବାରିପଦା ସପିଙ୍ଗ ଫେଷ୍ଟିଭାଲ ଉଦଯାପିତ ହୋଇଯାଇଛି I ୧୨ ଦିନ ଧରି ଅନୁଷ୍ଠିତ ଏହି ମେଳାରେ ଲାଗିଥିବା ବିଭିନ୍ନ ଷ୍ଟୋଲ ଗୁଡିକରେ ପ୍ରତ୍ୟେକ ଦିନ ପ୍ରବଳ ଭିଡ଼ ଦେଖାଯାଇଥିଲା I ଦୋଳି ଝୁଲା ଗୁଡିକ କୁନିକୁନି ପିଲାଙ୍କୁ ବେଶ ଆକୃଷ୍ଟ କରିଥିଲା I ପ୍ରତ୍ୟେକ ସନ୍ଧ୍ୟାରେ ପାରିବେଷିତ ନୃତ୍ୟ ସଂଗୀତରେ ବେଶ ଝୁମିଥିଲେ ଦର୍ଶକ I ଦିନବେଳେ ପ୍ରବଳ ଗରମ ପଡ଼ିଥିବା ବେଳେ ସନ୍ଧ୍ୟାରେ ଛଉ ପଡିଆରେ ବୋହୁଥିବା ପବନରେ ହଜାର ହଜାର ଦର୍ଶକଙ୍କ ଭିଡ଼ ଲାଗିରହିଥିଲା I ଉଦଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ଏମ ସି ସି ବ୍ୟାଙ୍କର ସଭାପତି ସୁବ୍ରମନିୟମ ମହାନ୍ତି, ଜିଲ୍ଲା ଓକିଲ ସଂଘର ସମ୍ପାଦକ ବିପ୍ଳବ ବାରିକ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ ବିନୟ ସିନ୍ହା ୧୯୮୫ ବ୍ୟାଚ ଦ୍ୱାରା ଅନୁଷ୍ଠିତ ମେଳା ପାଇଁ ଧନ୍ୟବାଦ ଦେବା ସହ କଳାକାର ମାନଙ୍କୁ ପୁରସ୍କୃତ କରିଥିଲେ I ଗୌତମ ଦାସ ଓ ସ୍ତୁତି ମହାନ୍ତି ମଞ୍ଚ ପରିଚାଳନା କରିଥିଲେ I ତତସହିତ ସୋମନାଥ ସିଂହ, ବୈକୁଣ୍ଠ ଭୁଜବଳ, ଅମର କୁମାର ଦାସ ସଞ୍ଜୟ କୁମାର କୁଁଅର ଦେଓ ମଧ୍ୟ କଳାକାର ମାନଙ୍କୁ ପୁରସ୍କୃତ କରିଥିଲେ I ୮ମ ସନ୍ଧ୍ୟାରେ ସିନେ ତାରକା ସ୍ୱରାଜ ବାରିକ ଙ୍କ ଉପସ୍ଥିତି ହଜାର ହଜାର ଦର୍ଶକଙ୍କୁ ଆକର୍ଷିତ କରିଥିଲେ I ଶେଷରେ ମୁଖ୍ୟ ଆୟୋଜକ ସଞ୍ଜୟ ରାଉତ ଓ ସହକାରୀ ସହାୟକ ଗୌତମ ରାୟ ମେଳାର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I