Photo For The News Of Medical

ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଭିତ୍ତିଭୂମି ନିର୍ମାଣରେ ଅନିୟମିତତାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

State

ଆଗରପଡ଼ା :ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତି ଭୂମିର ବିକାଶ ନିମନ୍ତେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ୯କୋଟି ୯୦ଲକ୍ଷ ଟଙ୍କା ମଂଜୁର ହୋଇଛି । ଉକ୍ତ ଅର୍ଥରେ ଇତି ମଧ୍ୟରେ ଭିତ୍ତିଭୂମିର ଉନ୍ନତି କରାଯାଉଛି । ଉକ୍ତ କାର୍ଯ୍ୟରେ ଅନିୟମିତତା ହେଉଥିବା ନେଇ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ ହୋଇଥିବା ଜଣପଡ଼ିଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ବହୁ ପୁରାତନ ହୋଇଥିବାରୁ ତାର ପରିସରରେ ଅନେକ କୋଠାଘର ସହିତ ବହୁ ଆସବାବପତ୍ର ମଧ୍ୟ ଥିଲା । କିନ୍ତୁ ନିର୍ମାଣ ଆଳରେ ସମସ୍ତ କୋଠାଘରକୁ ଭାଙ୍ଗି ଦିଆଯିବା ସହ ନୂତନ ଭାବେ ନିର୍ମିତ ବ୍ଳକ ବ୍ୟାଙ୍କ ଗୃହକୁ ମଧ୍ୟ ଭାଙ୍ଗି ଦିଆଯାଇଛି । ଏବଂ ଏହି ସବୁ ଘରୁ ବାହାରିଥିବା ପୁରୁଣା ରଡ଼,ଭଙ୍ଗା ଇଟା ଏବଂ ଆସବାବପତ୍ର କେଉଁ ଆନେ ଗଲା ତାହାର କୌଣସି ଖବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ପାଖରେ ନାହିଁ । ବିନା ସୂଚନା ଫଳକରେ କାର୍ଯ୍ୟ ଚାଲୁଥିବାରୁ ନିର୍ମାଣ କାର୍ଯ୍ୟ ମନମାନୀରେ ଚାଲିବା ସହିତ ନିମ୍ନମାନର କଂଚାମାଲ ବ୍ୟବହାର କରାଯାଉଥିବାରୁ ନିର୍ମାଣାଧିନ ଘର ଗୁଡ଼ିକର ସ୍ଥାୟୀତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବେସ ପଏଣ୍ଟରେ ହେଉଥିବା କାମରେ ସାରକାରଙ୍କ ଦ୍ୱାରା ଧାର୍ଯ୍ୟ ନିୟମ ଅନୁସାରେ ବାଲି ,ଚିସ୍ପ,ସିମେଣ୍ଟ ଓ ରଡ଼ ଆଦି ବ୍ୟବହାର କରାଯାଉନଥିବା ଏବଂ ପ୍ଲିନ୍ଥ ଲେବୁଲ ପର୍ଯ୍ୟନ୍ତ ବାଲିରେ ପୋତା ଯିବାର ନିୟମ ଥିବା ବେଳେ ମାଟିରେ ପୋତାଯାଉଥିବାରୁ ଗୋଠାଘରର ସ୍ୱାଇତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସେହିପରି ବ୍ୟକ୍ତିଗତ ଜମି ଅଧିଗ୍ରହଣ ହୋଇ ତାଉପରେ କାର୍ଯ୍ୟ ହେଉଥିବା ବେଳେ ଜମି ମାଲିକକୁ ଏପର୍ଯ୍ୟନ୍ତ ତାର ପ୍ରାପ୍ୟ ପ୍ରଦାନ କରାନଯିବା । ବିନା ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତିରେ ରାତି ଅଧିଆ କାର୍ଯ୍ୟ କରିବା ଏବଂ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ନିର୍ମାଣ କାର୍ଯ୍ୟ କରିବା ଆଦିକୁ ନେଇ ଅଭିଯୋଗ ପତ୍ରରେ ଦର୍ଶା ଯାଇଥିବା ଜଣାପଡ଼ିଛି । ତତ୍ ସହିତ ଉକ୍ତ ଅଭିଯୋଗର ତଦନ୍ତ କରାଯାଇ ନୂଆ ଠିକାଦାର ନିଯୁକ୍ତି ଦେବା ସହ ଉନ୍ନତ ମାନର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଉଛି । ଉକ୍ତ ଅଭିଯୋଗର ଏକକିତା ନକଲ ବିଭାଗୀୟ ମନ୍ତ୍‌ୀ,ମାନ୍ୟବର ଉଚ୍ଚଶିକ୍ଷା ଓ କ୍ରିଡ଼ା ଯୁବବ୍ୟାପାର ମନ୍ତ୍ରୀ,ମାନ୍ୟମର ସାଂସଦ,ବିଭାଗୀୟ ଅଧିକାରୀ ,ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଖକୁ ପଠ।।ଯାଇଥିବା ଜଣାପଡ଼ିଛି ।