Order Decree Judgement 1

ପତ୍ନୀ ଓ ସନ୍ତାନ ହତ୍ୟାକାରୀ କୁ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା: ମୟୁରଭଞ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ଉଞ୍ଚାଗାଓଁ (ଢିପାସାହି) ଗ୍ରାମରେ ୨୦୨୨ ମସିହା ମଇ ୧୩ ତାରିଖରେ ଘଟିଥିବା ଏକ ବିଭତ୍ସ ହତ୍ୟାକାଣ୍ଡ ମାମଲାର ବିଚାର କରି ମାନ୍ୟବର ଅତିରିକ୍ତ ଜିଲା ଓ ଦୈାରାଜଜ (ପ୍ରଥମ) ସତ୍ୟନାରାୟଣ ପାତ୍ର ଅଭିଯୁକ୍ତ ଉକ୍ତ ଗ୍ରାମର ମଙ୍ଗଲ ମାରାଣ୍ଡି(୩୫) କୁ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୦୨ ଅନୁଯାୟୀ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ପଚାସ ହଜାର ଟଙ୍କା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ଦଫା ୨୦୧ ଅନୁଯାୟୀ ତିନି ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦୁଇ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏ ସମସ୍ତ ଦଣ୍ଡାଦେଶ ଏକ କାଳୀନ ଲାଗୁ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି । ମାମଲାର ବିବରଣୀ ରୁ ପ୍ରକାଶ ଯେ ଅଭିଯୋଗକାରୀ ମୃତକ ଙ୍କ ଭାଇ କାମକାର ମାଝୀ ଙ୍କ ପକ୍ଷରୁ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ତାଙ୍କ ୧୩-୫-୨୦୨୨ ରିଖ ରାତ୍ରୀ ୨.୩୦ ମିନିଟ ଅଭିଯୁକ୍ତ ତାଙ୍କ ଭେଣେଇ ମଙ୍ଗଲ ମାରାଣ୍ଡି ତାଙ୍କୁ ଫୋନ ଯୋଗେ କହିଲା ତାଙ୍କ ଭଉଣୀ ସୁରକୁନୀ ମାରାଣ୍ଡି , ପୁତୁରା ଜଗଦିଶ ମାରାଣ୍ଡି ଏବଂ ଝିଆରୀ ସରିତା ମାରାଣ୍ଡି ନିଆଁରେ ପୋଡିହୋଇ ମରିଯାଇଛନ୍ତି । ସିଏ ଘଟଣା ସ୍ଥଳକୁ ଯାଇ ପହଞ୍ଚି ଦେଖିଲେ ତିନି ଜଣଯାକ ସଂପୂନ୍ନ୍ ପୋଡିହୋଇ ମରିପଡିଛନ୍ତି ।

ଅଭିଯୁକ୍ତ ମଙ୍ଗଲ ମାରାଣ୍ଡି ପୂର୍ବରୁ ଶୀମତୀ ସୋରେନ ନାମକ ଜଣେ ମହିଳା ଙ୍କୁ ବିବାହ କରିଥିଲା । ତାଙ୍କ େଓ÷ାରସ ରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ମୃତକ ସୁରୁୁକୁନୀ ମାରାଣ୍ଡି ଶୀମତୀ ସୋରେନ ଙ୍କ ସମ୍ପର୍କୀୟ ଭଉଣୀ ଅଟେ । ଧିରେ ଧିରେ ସୁରୁକୁନୀ ସହିତ ମଙ୍ଗଲ ମାରାଣ୍ଡି ର ସମ୍ପର୍କ ଗଢି ଉଠିଥିଲା । ପରେ ସିଏ ତାକୁ ନେଇ ବାହାର ରାଜ୍ୟ କୁ ପଳାଇ ଯାଇଥିଲା । ଏ ବାବଦରେ ଶୀମତୀ ସୋରେନ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ମଙ୍ଗଲ ମାରାଣ୍ଡି କୁ ଗିରଫ କରି ଜେଲ କୁ ପଠାଇଥିଲା । ଜେଲ ରୁ ବାହାରିବା ପରେ ଉଭୟ ମଙ୍ଗଲ ଏବଂ ସୁରୁକୁନୀ ଏକ ସଙ୍ଗରେ ସ୍ୱାମୀ ସ୍ତ୍ରୀ ପରି ରହି ଅସୁଥିଲେ । ତାଙ୍କର ଏକ କନ୍ୟା ଏବଂ ପୁତ୍ର ସନ୍ତାନ ଥିଲା । ୧୨-୫-୨୦୨୨ ରିଖ ମଙ୍ଗଲ ମାରାଣ୍ଡି ବ୍ୟାଙ୍କ କୁ ଯାଇ ଦିନ ପାଖାପାଖି ୩ ଟା ସମୟରେ ଘରକୁ ଫେରିଥିଲା । ଫେରିବା ପରେ ଉଭୟ ଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ଉକ୍ତ ଦିନ ମଙ୍ଗଲ ମାରାଣ୍ଡି ରାତ୍ରୀ ପାଖାପାଖି ୧୨ ଟା ସମୟରେ ଶୋଇଥିବା ସମୟରେ ସ୍ତ୍ରୀ ସମେତ ଦୁଇ ଜଣ ପିଲାଙ୍କୁ ନିଆଁରେ ପୋଡି ମାରିଦେଇଥିଲା । ଏ ବାବଦରେ ଝାରପୋଖରିଆ ଥାନାରେ କେସ ନମ୍ବର ୧୦୭/୨୨ ରେ ଏକ ମାମଲା ରୁଜୁ କରାଯିବା ସହ ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୨୪ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ଅତିରିକ୍ତ ପି ପି କୃଷ୍ନଚନ୍ଦ୍ର ଦାସ ପରିଚାଳନା କରିଥିଲେ ।