Onn 3

ଶ୍ରମିକଙ୍କ ଉପରେ ମାଡିଗଲା କାର: ୩ ମୃତ, ୨ ଗୁରୁତର

State

car

ମହାରାଷ୍ଟ୍ର କଲ୍ୟାଣ-ନାସିକ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାରେ ଚାଲି ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର ୫ ଜଣଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । କାମ କରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ପୋଲିସ କାରକୁ ଜବତ କରିଛି । ମୃତକଙ୍କ ପରିଚୟ ମିଳିଛି । ଏମାନେ ମଧ୍ୟପ୍ରଦେଶ ବାସିନ୍ଦା । ସେମାନେ ମହାରାଷ୍ଟ୍ରରେ ଶ୍ରମିକ ଭାବେ କାମ କରୁଥିଲେ ।

ଏହା ପୂର୍ବରୁ ୧୮ ତାରିଖରେ ନାସିକ ଜିଲ୍ଲାର ମୁମ୍ବାଇ-ଆଗ୍ରା ହାଇୱେରେ ସଡ଼କ ଦୁର୍ଘଟଣା ଘଟିଥିଲା । ରାସ୍ତାରେ ଛିଡା ହୋଇଥିବା ଏକ କଣ୍ଟେନରକୁ ଦ୍ରୁତ ଗତିରେ ଏକ କାର ଧକ୍କା ଦେଇଥିଲା । ଫଳରେ ୪ ଜଣଙ୍କର ଜୀବନ ଚାଲିଯାଇଥିଲା । ମୃତକଙ୍କ ମଧ୍ୟରେ ବିଜେପି ନେତା ସାମିଲ ଥିଲେ