Onn 3

୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

State

ganja

ଲମତାପୁଟ : ଲମତାପୁଟ ପୋଲିସକୁ ପୁଣି ସଫଳତା । ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏହାସହ ଏକ ସ୍କର୍ପିଓ କାର୍‌ ଜବତ ସହ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, ଝାଡଖଣ୍ଡରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ପାଇଥିଲା ଲମତାପୁଟ ପୋଲିସ । ଯାହାପରେ କଲେଜ ଛକ ନିକଟରେ ନାକାବନ୍ଦୀ କରିଥିଲା ପୋଲିସ । ଏକ କଳା ରଙ୍ଗର କାର୍‌ ମୁଖ୍ୟ ବଜାରରେ ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ଅଟକାଇବାକୁ ଚେଷ୍ଟ କରିଥିଲା । କିନ୍ତୁ କାର୍‌ଟି ପୋଲିସ ବ୍ୟାରିକେଡ୍‌ ଭାଙ୍ଗି ରାସ୍ତା କଡ଼ରେ ଥିବା ଦୁଇ ମୋଟର ସାଇକେଲ ଉପରେ ଚଢାଇ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ । ତଥାପି ପୋଲିସ ନିଜ ଜୀବନକୁ ବାଜି ଲଗାଇ ମାଫିଆକୁ କାବୁ କରିବାରେ ସଫଳ ହୋଇଛି ।

ସେପଟେ ପୋଲିସ ଗାଡିକୁ ଯାଞ୍ଚ କରିବାରୁ ପ୍ରାୟ ଦେଢ କ୍ୱିଣ୍ଟାଲର ଗଞ୍ଜେଇ ମିଳିଥିଲା । ଯାହାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହାସହ ଝାଡଖଣ୍ଡର ଗଞ୍ଜେଇ ମାଫିଆ ମୁରାରୀ ମୋହନ ପାଉଲ ଗିରଫ କରିଛି ପୋଲିସ । ତେବେ ପୋଲିସ ଓ ମାଫିଆଙ୍କ ମଧ୍ୟରେ ଚାଲିଥିବା ଛକା ପଞ୍ଝାର ଖେଳ ଚାଲିଥିବା ଦେଖିବାକୁ ମିଳିଛି ।