Onn 3

ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପଂଚାୟତ ମଣ୍ଡଳସ୍ତରୀୟ ହିିତାଧିକାରୀ ସମ୍ମିଳନୀ

State

ଆଗରପଡ଼ା:ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ ଗ୍ରାମପଂଚାୟତ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପଂଚାୟତ ମଣ୍ଡଳସ୍ତରୀୟ ହିତାଧିକାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଂଚ ତଥା ବର୍ତ୍ତମାନର ସରପଂଚ ପ୍ରତିନିଧି ଭାଗୀରଥି ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପୂର୍ବତନ ସମିତିସଭ୍ୟ ରମେଶ ପହି ସମାବେଶର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ବ୍ଲକ ଅତିରିକ୍ତ ଉନ୍ନୟନ ଅଧିକାରୀ ନିଶିକାନ୍ତ ଖୁଣ୍ଟିଆ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ପୁଙ୍ଖାନୁପୁଙ୍ଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

ବଡ଼ବର୍ଚ୍ଚିକୟାଁ ସରପଂଚ ପ୍ରତିନିଧି ସୁରେନ୍ଦ୍ର ଜେନା,କାଦବରାଙ୍ଗ ପଂଚାୟତ ସମିତି ସଭ୍ୟ ପ୍ରତିନିଧି ଆଦିତ୍ୟ ଯେନା,ପଂଚାୟତ ଯୁବ ବିଜେଡ଼ି ସଭାପତି କିଶୋର ରାଉତ,କାଦବରାଙ୍ଗ ସେବା ସମବାୟ ସମିତି ସଭାପତି ବାସୁଦେବ ଯେନା,ସୁନାରାଣୀ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିକାଶ ରାଉତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ ରୁପାୟନ କିପରି ହୋଇପାରିବ ସେ ସମ୍ବନ୍ଧରେ ସମସ୍ତ ବିବରଣୀ କାଦବରାଙ୍ଗ ଓ ବଡ଼ବର୍ଚ୍ଚିକୟାଁ ପଂଚାୟତର ଉପସ୍ଥିତ ଶତାଧିକ ଆବାସ ହିତାଧିକାରୀଙ୍କୁ ନିଜ ବକ୍ତବ୍ୟ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ । ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବ୍ରଜ ରାଉତ, ବଳରାମ ବେହେରା, ରମେଶ ଜେନା, ବିପୁ ମଲ୍ଲିକ, ରମେଶ ମଲ୍ଲିକ ଏବଂ ନରେଶ ନାୟକ ପ୍ରମୁଖ ସହଯୋଗ କରିଥିଲେ ।